Odisha news

ରାୟଗଡାରେ ପ୍ରଥମ ମୁଣ୍ଡନେଲା କରୋନା

0

ରାୟଗଡା,୮ ।୭(Rabindra patkhandal)-ରାୟଗଡା ଜିଲ୍ଲାରେ ପ୍ରଥମ କରୋନା ଭୂତାଣୁ ଜନିତ ମୃତୁ୍ୟ । ମୃତକଙ୍କ ବୟସ ୮୦ ବର୍ଷ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ କରୋନାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂପର୍କରେ ସୂଚନା ଦେଇଥିଲେ । ଜୁନ ୨୫ ତାରିଖ ଦିନ ବୃଦ୍ଧ ବ୍ୟକ୍ତି ଜଣକ ଗଂଜାମ ଜିଲ୍ଲାରୁ ରାୟଗଡା ଆସିଥିଲେ । ରାୟଗଡା ଆସିବା ପରେ ସେ ସାଇପ୍ରିୟା ନଗରରେ ଘରୋଇ ସଙ୍ଗରୋଧରେ ରହୁଥିଲେ । ୩୦ ତାରିଖ ଦିନ ତାଙ୍କୁ ଥଣ୍ଡା,କାଶ, ଜ୍ୱର ହେବାରୁ ପିରବାର ଲୋକେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ କରୋନା ଲକ୍ଷଣ ଦେଖା ଯିବାରୁ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ।

କିନ୍ତୁ ସେହିଦିନ ଅପରାହ୍ନ ୫.୩୦ ମିନଟ ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ରାତି ୯.୩୦ ମିନିଟ ସମୟରେ ପରିବାର ଲୋକଙ୍କୁ ମୃତ୍ୟଶରୀର ହସ୍ତାନ୍ତର କରାଯିବା ସହ ଏକ ଆମ୍ବୁଲାନ୍ସ ଯୋଗେ ମୃତ୍ୟଶରୀର ଗଂଜାମ ଜିଲ୍ଲାକୁ ନିଆଯାଇଥିଲା । ମୃତକଙ୍କ ସହ ଆସିଥିବା ୩ ଜଣ ବ୍ୟକ୍ତିଙ୍କ ସଂପର୍କର ଗଂଜାମ ଜଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଛି । ଏଥି ସହ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସହ ଆମ୍ବୁଲାନ୍ସକୁ ସାନିଟାଇଜ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ଏଥି ସହ ଆଜି ରାୟଗଡା ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାୟଗଡା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକର ବୋଲି ସୂଚନା ରହିଛି । ସେ ବର୍ତ୍ତମାନ ସୋମ ହସ୍ପିଟାଲ ଭୂବନେଶ୍ୱର ଠାରେ ଚିକିତ୍ସିତ ହେଉଥିବା ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

Nalco
Leave A Reply