ରାସୋଳ: ଜଣେ ନବ ବିବାହିତା ଝିଅ କୁ ନିଜେ ମା ଲୋକ ଲଗାଇ ଅପହରଣ ଉଦ୍ୟମ କରି ବିଫଳ ହୋଇଥିବା ଜଣା ଯାଇଛି । ପ୍ରକାଶ ଥାଉକି ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମର ମୃତ ଗୁଣ୍ଡିଚା ସାହୁ ଏବଂ ସସ୍ମିତା ସାହୁ ଙ୍କ ଝିଅ ଭାନୁପ୍ରଭା ସାହୁ ଗତ ଜୁଲାଇ ମାସ ରେ ବାଲି ମି ଥାନା ମାହାଲୁଣ୍ଡl ଗ୍ରାମର ଶ୍ରୀନିବାସ ସାହୁ ଙ୍କ ପୁଅ ସିଲୁ ସାହୁ ସହିତ ପ୍ରେମ ବିବାହ କରି ଶାଶୁଘରେ ରହୁଛନ୍ତି । ଏଥିରେ ଭାନୁପ୍ରଭା ଙ୍କ ମାଆ ଅସନ୍ତୁଷ୍ଟ ଥିବାବେଳେ ଗତ ୧୫ ଦିନ ପୂର୍ବେ ଶିଲୁ ଘରକୁ ଯାଇ ଝିଅ କୁ ଘରକୁ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ଝିଅ ମାଆ କଥାରେ ରାଜି ହୋଇ ନଥିଲେ । ପରେ ଜନୈକ ଝିଅର ପୋଲିସ ମାମୁଁ ମଧ୍ୟ ଆସି ଝିଅ କୁ ବୁଝାଇଥିଲେ । ହେଲେ ସେ ମଧ୍ୟ ନିରାଶ ହୋଇ ଫେରିଥିଲେ । ଶେଷରେ ଅପହରଣ ଯୋଜନା ଆରମ୍ଭ ହୋଇଥିଲା । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଚାରି ଜଣ ପୋଲିସ ପୋଷାକ ପିନ୍ଧି ଥିବା ବ୍ୟକ୍ତି ମାହାଲୁଣ୍ଡା ଗ୍ରାମରେ ଶିଲୁ ଙ୍କ ଘରେ ପହଞ୍ଚି କବାଟ ଖୋଲ ଆମେ ଅନୁଗୁଳ ଥାନା ରୁ ଆସିଛୁ ବୋଲି କହିଥିଲେ । ହେଲେ ଶିଲୁ ଙ୍କ ପରିବାର ଭୟରେ କବାଟ ନ ଖୋଲି ସମସ୍ତ ପରିବାର ଲୋକେ ଗୋଟିଏ ଘରେ କବାଟ ବନ୍ଦ କରି ରହିଥିଲେ । ହେଲେ ଅପହରଣ କାରି ମାନେ ଝରକା ଭାଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ଭୟ କରି ଶିଲୁ ର ପରିବାର ଲୋକେ କବାଟ ଖୋଲି ଦେଇଥିଲେ । ସେତେବେଳେ ଦୂର୍ବୁର୍ତ୍ତ ମାନେ ସମସ୍ତଙ୍କୁ ମରଣାନ୍ତକ ଆକ୍ରମଣ କରି ଭାନୁପ୍ରଭା ଙ୍କୁ ଅପହରଣ କରି ନେଇଥିଲେ । ଗାଡ଼ି ଭିତରେ ଭାନୁପ୍ରଭା ତାଙ୍କ ମା ସସ୍ମିତା ଙ୍କୁ ଦେଖିଥିଲେ ମଧ୍ୟ ଅନ୍ୟମାନଙ୍କୁ ଚିହ୍ନି ପାରି ନାହାଁନ୍ତି । ପରେ ଅନୁଗୁଳ ରେ ଥିବା ଭାନୁପ୍ରଭା ଙ୍କ ମାମୁଁ ଘରକୁ ନେଇ ଛାଡ଼ି ଦେଇ ଅପହରଣ କାରି ମାନେ କୁଆଡ଼େ ଚାଲି ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ ହଠାତ୍ ଭାନୁପ୍ରଭା କବାଟ ଖୋଲି ଚିତ୍କାର କରି ଦୌଡ଼ି ପଳେଇ ଯାଇଥିଲେ ଏବଂ ଅନୁଗୁଳ ଥାନା ରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇ ଥିଲେ । ଅନୁଗୁଳ ପୋଲିସ ବାଲିମୀ ଥାନା ଏବଂ ଶିଲୁ ଙ୍କ ପରିବାର କୁ ଖବର ଦେଇଥିଲେ । ଶିଲୁ ଙ୍କ ପରିବାର ଲୋକେ ଭାନୁପ୍ରଭା ଙ୍କୁ ସେଠାରୁ ଉଦ୍ଧାର କରିବା ପରେ ବାଲିମୀ ଥାନାରେ ପହଞ୍ଚି ମା ସସ୍ମିତା ସାହୁ ଙ୍କ ନାମରେ ଅଭିଯୋଗ କରିଛନ୍ତି । ବାଲିମୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
