ନୂଆବର୍ଷ ୨୦୨୫ ର ଆଜି ପ୍ରଥମ ଦିନ ଅଟେ, ଏବଂ ଆମେ ସମସ୍ତେ ନୂତନ ବର୍ଷକୁ ସ୍ୱାଗତ କରୁଚୁ, ଏହି ବର୍ଷଟି କେଭାଳି ସମସ୍ତଙ୍କ ପାଇଁ ସୁଖମୟ ଓ ସୁରକ୍ଷିତ ହେବ ତାହା ଆମର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଅଟେ, କିନ୍ତୁ ୨୦୨୫ ବିଶେଷ ଭାବରେ ଚାରିଟି ରାଶିଙ୍କ ପାଇଁ ବେଶ ସୁଖମୟ ହେବ l ୨୦୨୫ ରେ ଅନେକ ବଡ଼ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହେବ, ୨୦୨୫ ରେ ଶନି. ରାହୁ-କେତୁ ଭଳି ଗ୍ରହ ମଧ୍ୟ ନିଜ ଚଳନ ପରିବର୍ତ୍ତନ କରିବେ, ଯାହାର ଶୁଭ ପ୍ରଭାବ ବିଶେଷ ଭାବରେ ଚାରିଟି ରାଶି ଉପରେ ପଡିବ l
* କନ୍ୟା ରାଶି – ନୂତନ ବର୍ଷର ଆରମ୍ଭ ରେ କନ୍ୟା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ, ମଇ ମାସର ଆରମ୍ଭ ରେ ରାହୁ-କେତୁ ଙ୍କ ପ୍ରଭାବ ହ୍ରାସ ହୋଇଯିବ, ଯାହାଦ୍ୱାରା ବୈବାହିକ ଜୀବନ ରେ ଅଧିକ ପ୍ରେମ ବଢିବ, ଏବଂ ପାର୍ଟନର ସମସ୍ତ କାର୍ଯ୍ୟରେ ଆପଣଙ୍କ ସହିତ ରହିବେ l
* ତୁଳା ରାଶି – ୨୦୨୫ ନୂତନ ବର୍ଷରେ ତୁଳା ରାଶିର ବ୍ୟକ୍ତିଙ୍କ ଜୀବନ ରେ ଶୁଭ ଫଳ ନେଇକିଆସିବ l ୨୯ ମାର୍ଚ୍ଚ ରେ ଶନି ମୀନ ରାଶିରେ ଗୋଚର କରିବେ, ଏହା ତୁଳା ରାଶି ପାଇଁ ଶୁଭ ରହିବ l ଶନି ତୁଳା ରାଶିର ଚତୁର୍ଥ ଓ ପଞ୍ଚମ ସ୍ଥାନର ସ୍ୱାମୀ ଅଟନ୍ତି ଏବଂ ଷଷ୍ଠ ସ୍ଥାନରେ ଗୋଚର କରିବେ, ଏହା ତୁଳା ରାଶି ପାଇଁ ଶୁଭ ରହିବ l
* ମକର ରାଶି – ମକର ରାଶିର ବ୍ୟକ୍ତିଙ୍କୁ ୨୦୨୫ ରେ ସମସ୍ୟାରୁ ମୁକ୍ତି ମିଳିବ, ଏବଂ ଆପଣ ଜୀବନ ର ଆନନ୍ଦ ଉଠାଇବେ, କାହିଁକିନା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ରାଶିରେ ଚାଲିଥିବା ସାଢ଼େସାତୀ ପ୍ରଭାବ ୨୦୨୫ ରେ ସମାପ୍ତ ହେବ l
* ବିଛା ରାଶି – ୨୦୨୫ ରେ ଶନି ଆପଣଙ୍କ ରାଶିର ପଞ୍ଚମ ସ୍ଥାନରେ ଭ୍ରମଣ କରିବେ, ଏହାଦ୍ୱାରା ବିଛା ରାଶିର ବ୍ୟକ୍ତିଙ୍କ ଉପରେ ଚାଲିଥିବା ଶନି ଢେୟା ପ୍ରଭାବ ହ୍ରାସ ହୋଇଯିବ, ଚଳିତବର୍ଷ ରେ ଆପଣ ନିଜ ପରିଶ୍ରମ ର ଫଳ ସମ୍ପୂର୍ଣ ଭାବରେ ପାଇବେ l
