ରଣପୁର…. ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜେପି ବିଜେଡି ଓ କଂଗ୍ରେସ ତରଫରୁ ଏନ. ଏ.ଏସି ଅଧକ୍ଷା ଓ 15ୱାର୍ଡ ର କାଉନସିଲର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି.. ସୋମବାର ମଧ୍ୟାହ୍ନ ବାର ଘଂଟିକା ସମୟରେ ବିଜୁଜନତା ଦଳ ତରଫରୁ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ନେତୃତ୍ୱ ରେ ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମୀ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ସହିଦ ରଘୁ ଦିବାକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସମସ୍ତ 15ୱାର୍ଡ ର କାଉସିଲର ପାର୍ଥି ଓ ପ୍ରାଥୀନି ଙ୍କ ସହିତ ଏନ. ଏ. ଏସି ଅଧକ୍ଷା ପ୍ରାଥୀନି ଙ୍କୁ ନେଇ ବିରାଟ ଶୋଭାଯାତ୍ରା ରେ ବାହାରି ରଣପୁର ଏନ. ଏ. ଏସି ଅଫିସ ନିକଟ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେଡି ତରଫରୁ ଅଧକ୍ଷା ପାଇଁ ରଙ୍ଗିନି ମହାନ୍ତି ପାର୍ଥି ପତ୍ର ଦାଖଲ କରିଛନ୍ତି ସେହିଭଳି ବିଜେପି ତରଫରୁ ମଧ୍ୟ୍ୟ ସୋମବାର ପାର୍ଥି ପତ୍ର ଦାଖଲ କରାଯାଇଛି ଏନ. ଏ. ଏସି ଅଧକ୍ଷା ପାଇଁ ବିଜେପି ସୁପ୍ରିୟା ମହାପାତ୍ର ଙ୍କୁ ପ୍ରାଥୀ କରିଥିବା ସହିତ ସମସ୍ତ 15ଟି ୱାର୍ଡ ପାଇଁ କାଉସିଲର ପ୍ରାଥୀ ଓ ପ୍ରାଥୀନି ନାମାଙ୍କନ ଦାଖଲ କରିଛି ଏବଂ କଂଗ୍ରେସ ରଣପୁର ଏନ. ଏ. ଏସି ର 15ଟି ୱାର୍ଡ ମଧ୍ୟରୁ 14ଟି ୱାର୍ଡ ରେ କାଉସିଲର ପାଇଁ ପ୍ରାଥୀ ଦେଇଥିବା ବେଳେ ଏନ.ଏ. ଏସି ଅଧକ୍ଷା ପାଇଁ ସୁଚିତ୍ରା ମତ୍ତା ଙ୍କୁ ପ୍ରାଥୀ କରିଛି ତେଵେ ଆଜି ପାର୍ଥି ପତ୍ର ଦାଖଲ ର ଶେଷ ଦିନ ହୋଇଥିବାରୁ ଆଜି ସୁଦ୍ଧା ଚେୟାରମ୍ୟାନ ପଦବୀ ପାଇଁ ତିନି ରାଜନୈତିକ ଦଳ ର ତିନି ପ୍ରାଥୀ ଦେଇଥିବା ବେଳେ ସ୍ୱାଧୀନ ଭାବେ ଜଣେ ପ୍ରାଥୀ ଅଛନ୍ତି ସେହିଭଳି କାଉସିଲର ପାଇଁ 68ପାର୍ଥି ପତ୍ର ଦାଖଲ କରିଥିଲା ବେଳେ ସ୍ୱାଧୀନ ଭାବେ 19 ଜଣ ପାର୍ଥି ପତ୍ର ଦାଖଲ କରିଛନ୍ତି