ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତ ର ବଗଲ ଗ୍ରାମରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ସାମିଲ ହୋଇଥିବା ଜଣାପଡିଛି.. ସୂଚନା ଅନୁଯାୟୀ… ସୁନାଖଳା 22ନଂ ଜୋନ ର ଜିଲ୍ଲା ପରିଷଦ ପ୍ରାଥୀ ଦେବାଶିଷ ପଟ୍ଟନାୟକ ସେହି ଜୋନ ର ଲୋଧାଚୁଆ ଗ୍ରାମପଞ୍ଚାୟତ ବଗଲ ଗ୍ରାମରେ ବୁଧବାର ଅପରାହ୍ନ ରେ ଏକ ମିଶ୍ରଣ ପର୍ବ ଆୟୋଜନ କରିଥିଲେ ଏଥିରେ ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଙ୍କ ଉପସ୍ଥିତି ରେ ବଗଲ ଗ୍ରାମ ର ବହୁ କଂଗ୍ରେସ ଓ ବିଜେପି କର୍ମୀ ନବୀନ ପଟ୍ଟନାୟକ ଲୋକାଭିମୁଖୀ ଯୋଜନା ଓ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ଯୋଗଦେଇଥିଲେ ଯାହା ଫଳ ରେ ଲୋଧାଚୁଆ ପଞ୍ଚାୟତ ରେ ବିଜୁ ଜନତା ଦଳ ସ୍ଥିତି ଅହୁରୀ ମଜବୁତ ହୋଇଛି ଏହି ମିଶ୍ରଣ ପର୍ବ କାର୍ଯ୍ୟକର୍ମ କୁ ଆୟୋଜନ କରିବା ରେ ରଣପୁର ଏନ. ଏସି ର ଯୁବ ନେତା ଲିଙ୍ଗରାଜ ନାୟକ ସମସ୍ତ ସାହାଯ୍ୟ ଓ ସହଯୋଗ କରିଥିଵା ବେଳେ ଲୋଧାଚୁଆ ପଞ୍ଚାୟତ ର ବିଜୁଜନତା ଦଳ ସମଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାଥୀ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ