ରଣପୁର : ଚାନ୍ଦପୁର ଥାନା ଅନ୍ତର୍ଗତ ଚଂପାପେଡି ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୁତ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ଲୁଟି ନେଇଛନ୍ତି ପଚାଶ ହଜାର ଟଙ୍କା।ଲୁଟ୍ ର ଶୀକାର ଯୁବକ ଜଣକ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ ।ଗୁରୁତର ଯୁବକଙ୍କ ନାମ ପର୍ଶୁରାମ ପାଇକରାୟ(୩୩) ଘର ଚାନ୍ଦପୁର ଥାନା ଚଂପାପେଡି ଗ୍ରାମରେ ବୋଲି ଜଣାପଡିଛି।ନୟାଗଡରୁ ବ୍ୟବସାୟ ସାରି ଵାଇକ୍ ରେ ଘରକୁ ଫେରୁଥିଲେ ନିଜ ଘର ଆଉ କେଇ ହାତ ଥିବା ବେଳେ ଚଂପାପେଡି ଗାଁ ନିକଟରେ ତାଙ୍କୁ ୨ ଜଣ ଯୁବକ ବାଇକ୍ ରେ ଆସି ଅଟକାଇ ଭୁଜାଲି ଦେଖାଇ ଧମକାଇ ଟଙ୍କା ମାଗିଥିଲେ ମାତ୍ର ପର୍ଶୁରାମ ଲୁଟେରାଙ୍କୁ ଭୟ ନକରି ଟଙ୍କା ନଦେବାରୁ ଲୁଟେରା ପର୍ଶୁରାମଙ୍କ ବେକକୁ ଭୁଜାଲିରେ ମରାମାତ୍ମକ ଆକ୍ରମଣ କରିଥିଲେ।ଫଳରେ ପର୍ଶୁୁରାମ ତଳେ ପଡି ଯିବାରୁ ଲୁଟେରା ଦ୍ୱୟ ୫୦ ହଜାର ଟଙ୍କା ସହ ବ୍ୟାଗ୍ ଛଡେଇ ନେଇ ବାଇକ୍ ରେ ଚାନ୍ଦପୁର ଆଡକୁ ପଳାଇ ଯାଇଥିଲେ। ରକ୍ତରେ ଜୁଡୁ ବୁଡୁ ଅବସ୍ଥାରେ ରାସ୍ତା କଡରେ ପଡି ରହିଥିବା ପର୍ଶୁରାମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ପର୍ଶୁରାମଙ୍କ ବେକରେ ଗଭୀର ଆଘାତ ଲାଗିଥିବା ରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବା ଜଣାପଡିଛି।ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ ପରେ ଚାନ୍ଦପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
Comments are closed.