Odisha news

ନୟାଗଡ଼ ଆଦର୍ଶ ବିଦ୍ୟାଳୟ ବିଶୃଙ୍ଖଳା ଓ ଶିକ୍ଷକ ବଦଳି ଘଟଣା ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା

ନୟାଗଡ଼ : ନୟାଗଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ସୋମବାର ଦିନ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି । ବିଦ୍ୟାଳୟ ଶ୍ରେଣୀ ଗୃହରେ ବସି ଅଧ୍ୟୟନ କରିବା ପରିବର୍ତ୍ତେ ଦାବି ପୂରଣ ନେଇ ସ୍କୁଲ ଆଗରେ ଛାତ୍ର ଛାତ୍ରୀ ଧାରଣା ଦେବା ଘଟଣାରେ ବିଦ୍ୟାଳୟର ଦୁଃର୍ବଳ ପ୍ରଶାସନିକ ବ୍ୟବସ୍ଥାକୁ ଅଭିଭାବକ ଦାୟୀ କରିଛନ୍ତି । ବିଦ୍ୟାଳୟ ପରିଚାଳନାରେ ବିଶ୍ୃଙ୍ଖଳା ଛାତ୍ର ଛାତ୍ରୀଙ୍କ ପାଠପଢ଼ା ପ୍ରତି ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିବା ବେଳେ ଏକା ସମୟରେ ଏକାଧିକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଆଦେଶ ବାତିଲ ଦାବି କରିଛନ୍ତି ଛାତ୍ର ଛାତ୍ରୀ ।
ନୟାଗଡ଼ ଆଦର୍ଶ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଧାରଣାରେ ବସି ବାଦି ପୂରଣ ପାଇଁ ନାରା ଦେଇଛନ୍ତି ।

ସୋମବାର ଦିନ ଅନେକ ସଂଖ୍ୟାରେ ଛାତ୍ର ଛାତ୍ରୀ ବିଦ୍ୟାଳୟ ଗେଟ୍ ବନ୍ଦ କରି ଧାରଣାରେ ବସିଥିଲେ । ଏଠାରୁ ଏକା ସମୟରେ ୩ଜଣ ଶିକ୍ଷକଙ୍କର ବଦଳି ଆଦେଶ ପ୍ରତ୍ୟାହାର ସହିତ ନିଲମ୍ବିତ ଶିକ୍ଷକଙ୍କୁ କାର୍ଯ୍ୟରେ ନିଯୁକ୍ତି ଦାବି କରିଛନ୍ତି ଛାତ୍ର ଛାତ୍ରୀ । କେତେକ ଅଭିଭାବକଙ୍କର କହିବାର ହେଲାଯେ, କିଛି ଦିନ ଧରି ବିଦ୍ୟାଳୟରେ ନାନା ବିଶୃଙ୍ଖଳା ଦେଖାଯାଉଛି । ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ୩ଜଣ ଶିକ୍ଷକଙ୍କୁ ଏଠାରୁ ବଦଳୀ କରାଯାଇଛି । ଫଳରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଏପରି ଘଟଣାରେ ବିଦ୍ୟାଳୟରେ ଦୁଃର୍ବଳ ପ୍ରଶାସନିକ ବ୍ୟବସ୍ଥା କୁ କେତେକ ଅଭିଭାବକ ଦାୟୀ କରିଛନ୍ତି । ଏହାର ସମାଧାନ ଦିଗରେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି । ଘଟଣାରେ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ମତ ଜାଣିବାକୁ ବାରମ୍ବାର ଫୋନ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ତରଫରୁ ଉତ୍ତର ମିଳି ନଥିଲା ।

 

Shares