Odisha news

ବିପଦ ପୂର୍ଣ୍ଣ ସେତୁ ଉପରେ ଗଦା ହୋଇ ରହିଛି ବାଲି : ଆକସ୍ମିକ ଦୁର୍ଘଟଣାକୁ କୋଳେଇ ଧରିଛି ମଲାଗୁଣି

ତୁରନ୍ତ ସେତୁନିର୍ମାଣ ପାଇଁ ସାଧାରଣ ରେ ଦାବି

0
ରଣପୁର -13.12.22- ବିପଦ କୁ କୋଳେଇ ଧରିଛି ମଲାଗୁଣି ସେତୁ କେତେବେଳେ ଯେ  କିଛି ଅଘଟଣା ନଘଟିବ ତା  କହି ହେଉନାହିଁ  ! ସେତୁ ବିପଦ ପୁର୍ଣ ଓ ଭାରି ଯାନ ଯାତାୟାତ ନିଷେଧ.. ସଚେତନ ମୂଳକ ବୋର୍ଡ ମାରି ଚୁପ ବସିଛି ରଣପୁର ପୂର୍ତ୍ତ ବିଭାଗ.. ଏପଟେ ଦିନକୁ ଶହ  ସହ ସଂଖ୍ୟା  ରେ ମେଣ୍ଟାଲ ବୋଝେଇ  ହାଇୱା  ଗାଡି ଟ୍ରକ ଓ ଯାତ୍ରୀବାହୀ ବସ ଆଦି ଯିବା ଆସିବା କରୁଥିବା . ବେଳେ ଭଙ୍ଗା ବିପଦ ପୂର୍ଣ୍ଣ  ସେତୁ ର ଉଭୟ ପାର୍ଶ୍ଵ ରେ ଗଦା ହୋଇରହିଛି ବାଲି.ଫଳରେ ପ୍ରତେହ ଦିନ ଛୋଟମୋଟ ଦୃଘଟଣା ବୃଦ୍ଧି ପାଉଥିବା.ଦେଖିବାକୁ ମିଳିଛି…  ରାଜସୁନାଖଳା ଓ  ଚାନ୍ଦପୁର ମଧ୍ୟ୍ୟ ଭାଗ ରେ ଥିବା   ପୂର୍ତ୍ତ ବିଭାଗ ର ଏହି ମଲାଗୁଣି ସେତୁ  ଉପରେ. 57ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ଓ 16ନମ୍ବର ଜାତୀୟ ରାଜପଥ ଚାନ୍ଦପୁର କୁ ସଂଯୋଗ କରୁଛି.ତେଣୁ ସେତୁ ଟି ଏହି ଦୃଷ୍ଟି ରୁ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ ରଣପୁର ବ୍ଲକ ର ଏହା ଏକ ମୁଖ୍ୟ ରାସ୍ତା. ଗୋଟିଏ ପଟେ ସେତୁ ଟି ବିପଦ ପୂର୍ଣ୍ଣ ଦ୍ରୁବଳ ଅବସ୍ଥା ରେ ଥିଲା ବେଳେ ଉପର ପାର୍ଶ୍ଵ ର ଦୁଇ ପଟେ ଚା ଖେଣ୍ଡ ଉଚ୍ଚାର ବାଲି ଗଦାହୋଇ ରହିଥିବା ଦେଖିବାକୁ ମିଳିଛି.ଦ୍ରିଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାଇ ପଦକ୍ଷେପ ଏପର୍ଯ୍ୟନ୍ତ ଗ୍ରହଣ କରା ଯାଇନାହିଁ.ରାସ୍ତା ଘାଟ ର ଶୋଚନୀୟ ଅବସ୍ଥା ଓ ବେପରୁଆ ଗାଡିଚାଳନା ଦୃଘଟଣା ର ଅନ୍ୟତମ କାରଣ ମଧ୍ୟ ପାଲଟିଛି.ଏହି ସେତୁଟି ବର୍ତ୍ତମାନ ଯାତ୍ରୀ ମାନଙ୍କ ପାଇଁ ଏକ ମରଣଯନ୍ତା ପାଲଟିଛି.ଏହାର ଉଭୟ ପାର୍ଶ୍ଵ ରେ ବାଲି ଗଦା ହୋଇ ଥିବାରୁ ଏହାକୁ ପୂର୍ତ୍ତ ବିଭାଗ ତରଫରୁ ନିୟମିତ ବ୍ୟବଧାନ ରେ ସଫାକରାଯାଉନାହିଁ.ଯାହାଫଳରେ ସାଇକେଲ ଓ ବାଇକ ଆରୋହୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ମାତ୍ର ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଏନେଇ ସାଧାରଣ ରେ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଦୃଷ୍ଟି ଗୋଚର କରାଯାଉଥିଲେ ମଧ୍ୟ ସମସ୍ୟା ର ସମାଧାନ କରାଯାଉନାହିଁ.ଅନ୍ୟପଟେ ଟ୍ରାକ୍ଟର, ହାଇୱା ଓଭର ଲୋଡ଼ ବାଲି ବିନା ପାଲରେ ବୋହିନେଉଥିବାବେଳେ ରାସ୍ତା ସାରା ଖାଲ ଖମା ରେ ପୂର୍ଣ୍ଣ ହୋଇଥିବାରୁ ରାସ୍ତାସାରା ବାଲି ଚି଼ପ୍ସ ପଡି ରହୁଛି.ଯାହା ସାଧାରଣ ଯାତ୍ରୀ ଙ୍କ ମରଣ ଯନ୍ତା ପାଲଟି ଛି.ଯାହା ଫଳରେ ପ୍ରତିଦିନ କେହିନାକେହି ଦୃଘଟଣା ର ଶିକାର ହୋଇ ମୁର୍ତ୍ତୃ ମୁଖରେପଡୁଛନ୍ତି.ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାସହ ନିୟମିତ ସେତୁ କୁ ସଫା କରିବା ସହ ତୁରନ୍ତ ସେତୁ ନିର୍ମାଣ ପାଇଁ ସାଧାରଣ  ରେ ଦାବି ହୋଇଛି
Nalco
Leave A Reply