Odisha news

ଚାଷପାଇଁ ମଞ୍ଜିକୁ ଅନେଇ ବସିଛି ଚାଷୀ

ମ,ରାମପୁର ୨୫୵୦୭ ଏକ୍ସପ୍ରେସ ନ୍ଯୁଜ:-ସାଧାରଣ ଲୋକଙ୍କ ର ହୃଷ୍ଟ ପୃଷ୍ଠ ସ୍ବାସ୍ଥ୍ୟ ଓ ରୋଗ ନିରାକରଣ କରିବା ପାଇଁ ଗର୍ଭବତୀ ,ପ୍ରସୂତୀ ମହିଳା ମାନଙ୍କ ଠାରୁ ଆରମ୍ଭ କରି କିଶୋରି ବାଲିକା ଓ ଛୋଟଶିଷୁ ମାନ ଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଚାଲିଛନ୍ତି ଉଭୟ ସରକାର । ଅପପୃଷ୍ଟି ରୋଗ ଦୂରିକରଣ ପାଇଁ ଗ୍ରାମାଞ୍ଚଳ ଗୁଡିକରେ ” ମୋ ଉପକାରି ବଗିଚା ପ୍ରଣୟନ କରିଥିଲେ ମଧ୍ୟ ତାହା ସରକାରୀ କର୍ମଚାରୀ ଙ୍କ ଅବହେଲିତ ,ତ କେତେବେଳେ ଖାମଖିଆଳି ମନୋଭାବ ଯୋଗୁଁ ସଠିକ ଭାବରେ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ମୋ ଉପକାରୀ ବଗିଚା ଅଧ୍ୟୁଷିତ ଅଂଚଳ ତଥା କଲାହାଣ୍ଡି ଜିଲ୍ଲା ର ସୀମାନ୍ତ ରେ ଅବସ୍ଥିତ ମ,ରାମପୁର ବ୍ଳକ ର ଚାଷୀ ଙ୍କ ନିକଟରେ ଆଜି ପ୍ରଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ସୂଚନା ମୁତାବକ ଏଠାରେ ଗତ ଜୁନ୍‌ମାସ ୧୫ ତାରିଖରୁ ଚାଷୀ ମନରେଗା ଯୋଜନାରେ ମୋ ଉପକାରି ବଗିଚା ନିର୍ମାଣ କରିଥିଲେ ମଧ୍ୟ ଓଡିଶା ଜିବିକା ମିଶନ ତରଫରୁ ମିଲୁଥିବା ପନିପରିବା ଚାଷ ର ମଞ୍ଜି ଚାଷୀ ଙ୍କ ନିକଟରେ ଆଜି ପ୍ରଯ୍ୟନ୍ତ ପହଂଚି ପାରିନାହିଁ ।ଏଠି ମୋ ଉପକାରି ବଗିଚା ଦାଇତ୍ବରେ ଥିବା ଓଡିଶା ଜୀବିକା ମିଶନ ର ବ୍ଳକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ହିତାଧିକାରୀ ଙ୍କ ବାଡି ବଗିଚା ଏବେ ପଡିଆ ପଡିଛି। ଗତ ଜୁଲାଇ ୧୯ ତାରିଖ ଦିନ ନୂତନ ଭାବେ ଯୋଗଦାନ କରିଥିବା କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ସୋମେଶ କୁମାର ଉପାଧ୍ୟାୟ ମ,ରାମପୁର ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିବା ହେତୁ ଅନେକ ଯୋଜନ ସଠିକ ଭାବରେ କାର୍ଯ୍ୟକାରୀ ହେବ ବୋଲି ଚାଷୀ ଙ୍କ ମନରେ ଆଶା ସଂଚାର ବାନ୍ଧିଛି । ଏହି ପ୍ରକଳ୍ପ ନିର୍ଦେଶକ ଏହି ଯୋଜନା କୁ କିଭଳି କାର୍ଯ୍ୟକ୍ଷମ କରାଇପାରୁଛନ୍ତି ତାହା ଦେଖିବାକୁ ବାକୀରହିଲା ।ଅନ୍ୟପଟେ ସରକାରଙ୍କ ଦ୍ବାରା ପନିପରିବା ମଞ୍ଜି ମାଗଣା ରେ ମିଲୁଥିବାରୁ ନିଜେ କ୍ରୟ ନ କରି ସରକାରଙ୍କ ମାଗଣା ରେ ଯୋଗାଇ ଦେଉଥିବା ମଞ୍ଜିକୁ ଅନେଇ ବସିଛନ୍ତି ଚାଷୀକୁଳ ।

Ad2

Comments are closed.