Odisha news

ରାମନବମୀ କାହିଁକି ପାଳନ କରାଯାଏ ଓ ତାର ବିଶେଷତ୍ୱ କଣ

0

ଭାରତ ଭୂମି ହେଉଛି ଦେବ ଭୂମି ,ଯେଉଁଠି ଦେବତା ମାନେ ବାସ କରନ୍ତି l ଏହି ଦେବ ଭୂମିରେ ରଘୁ ନନ୍ଦନ ନିଜର ଚରଣ ସ୍ପର୍ଶ କରି ଏହି ମାଟିକୁ ପବିତ୍ର କରି ଦେଇଛନ୍ତି lତାଙ୍କୁ ନିଜ ମନରେ ସ୍ମରଣ କରି ରାମ ନବମୀ ହିନ୍ଦୁ ମାନେ ପାଳନ କରିଥାନ୍ତି l ରାମ ନବମୀ ହିନ୍ଦୁ ମାନଙ୍କର ପ୍ରସିଦ୍ଧ ପର୍ବ ଅଟେ l ଏହି ପର୍ବକୁ ଚୈତ୍ର ମାସରେ ପାଳନ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ଏହିଦିନ ଭଗବାନ ଶ୍ରୀ ରାମ ଚନ୍ଦ୍ର ଜନ୍ମ ନେଇଥିଲେ ,ତେଣୁ ଏହି ଦିନଟିକୁ ରାମ ଜନ୍ମୋତ୍ସବ ଭାବରେ ପାଳନ କରାଯାଏ l ଶ୍ରୀ ରାମଙ୍କ ଜନ୍ମଦିନ କାରଣରୁ ଏହାକୁ ରାମ ନବମୀ କୁହାଯାଏ l

ବାଗବାନ ରାମ ବିଷ୍ନୁ ଙ୍କର ସପ୍ତମ ଅବତାର ଅଟନ୍ତି l ପୃଥିବୀରୁ ଅସୁର ମାନଙ୍କର ନାଶ କରିବା ପାଇଁ ରାମ ଅବତାର ନେଇଥିଲେ l ଶ୍ରୀରାମ ଙ୍କୁ ମର୍ଯ୍ୟାଦା ପୁରୁଷ କୁହାଯାଏ l ଜଣେ ରାଜ କୁମାର ହୋଇ ସେ ଜୀବନରେ ଅନେକ କଷ୍ଟ ଓ ଦୁର୍ଦଶା ଭୋଗ କରି ମଧ୍ୟ ନିଜର ମର୍ଯ୍ୟାଦା ହରାଇ ନଥିଲେ l ତେଣୁକରି ତାଙ୍କୁ ପୁରୁଷ ଶ୍ରେଷ୍ଠ କୁହା ଯାଉଥିଲା l

ଏହିଦିନ ଭାରତର ସମସ୍ତ ହିନ୍ଦୁ ପରିବାରରେ ଓ ମନ୍ଦିରରେ ରାମ ନବମୀ ପାଳନ ହୁଏ l ଭାରତର ଅଧିକାଂଶ ସ୍ଥାନରେ ଏହି ପର୍ବକୁ ୯ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ l ଏହି ୯ଦିନ ପ୍ରାୟ ଅଧିକାଂଶ ହିନ୍ଦୁ ଭକ୍ତ ରାମ ଚରିତ ମାନସ ପାଠ କରିଥାନ୍ତି l ମନ୍ଦିର ଗୁଡିକରେ ଧାର୍ମିକ ଭଜନ କୀର୍ତନ କରାଯାଇଥାଏ l ତ୍ରେତେୟା ଯୁଗରେ ଅସୁର ମାନଙ୍କର ବିନାଶ କରିବା ପାଇଁ ରାମ ଅବତାର ନେଇ ଏହି ଭାରତ ମାଟିକୁ ପବିତ୍ର କରି ଦେଇଛନ୍ତି l

ରାମାୟଣ ମହାକାବ୍ୟ ଅନୁସାରେ ଅଯୋଧ୍ୟାର ରାଜା ଦଶରଥଙ୍କର ତିନୋଟି ରାଣୀ ଥିଲେ l ଅନେକ ଦିନ ପର୍ଯ୍ୟନ୍ତ ଦଶରଥଙ୍କର କୌଣସି ସନ୍ତାନ ସନ୍ତତି ହୋଇ ନଥିଲା l ଏହାପରେ ରାଜା ଦଶରଥ ବଶିଷ୍ଠଙ୍କ ଦ୍ୱାରା କାମେଷ୍ଠି ଯଜ୍ଞ କରାଇ ଥିଲେ l ଏହାପରେ ରାଜା ଦଶରଥ ମହର୍ଷି ରୂସୟା ଶୃଙ୍ଗ ଙ୍କ ଦ୍ୱାରା ଯଜ୍ଞ କରାଇଲେ l ଏହାପରେ ସେମାନଙ୍କୁ ଫଳ ଖାଇବାକୁ ଦିଆ ଯାଇଥିଲା l ସେହି ଫଳକୁ ଖାଇବା ପରେ ତାଙ୍କର ତିନି ରାଣୀ ଅନ୍ତ ସ୍ଵତା ହୋଇଥିଲେ l କୌଶଲ୍ୟାଙ୍କ ପେଟରୁ ଶ୍ରୀ ରାମ ଚନ୍ଦ୍ର ,କୈକେୟୀଙ୍କ ଗର୍ଭରୁ ଭରତ ଓ ସୁମିତ୍ରାଙ୍କ ନିକଟର ଭରତ ଶତୃଘନ ଜନ୍ମ ନେଇ ଥିଲେ l ସେହି ପବିତ୍ର ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ l

Leave A Reply