Odisha news

କଣ୍ଟାପଡା ଶ୍ରୀ ଜଗନ୍ନଥ ମନ୍ଦିରରେ ବିଗ୍ରହମାନଙ୍କ ସିଂହାସନ ବିଜେ

0
ରମ୍ଭା ତା ୮.୫.୨୨ ରିଖ–ଗଞ୍ଜାମ ବ୍ଲକ ସୁବଲୟା ପଂଚାୟତ କଣ୍ଟାପଡା ମଠମକୁନ୍ଦପୁର ଗ୍ରାମର ଶ୍ରୀନଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଷଷ୍ଠ ଦିବସରେ ବିଗ୍ରହମାନଙ୍କ ସିଂହାସନ ଆରୋହଣ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠା ମହୋତ୍ସବର ମୁଖ୍ୟ ପଣ୍ଡିତ ଶ୍ରୀ ପବିତ୍ର ମିଶ୍ର, ପ୍ରଚାରକ ପଣ୍ଡିତ ଶ୍ରୀ କୈଳାସ ଦାଶଙ୍କ ସମେତ ସାଥି କର୍ମକାଣ୍ଡି ପୁରୋହିତଙ୍କ ମଙ୍ଗଳାଚରଣ ବେଦ ମନ୍ତ୍ର ସହାୟତାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ରାଜଗୁରୁ ପଣ୍ଡିତ ଶ୍ରୀ ସୁଧାଂଶୁ ଶେଖର ରାଜଗୁରୁ,ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ତଥା ଶ୍ରୀଜଗନ୍ନଥ ସଂସ୍କୃତି ଗବେଷକ ଡ଼ ସିଦ୍ଧେଶ୍ୱର ମହାପାତ୍ର ,ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଶ୍ରୀ ସୁକାନ୍ତ କୁମାର ମହାନ୍ତିଙ୍କ କର କମଳରେ ଶ୍ରୀ ବିଗ୍ରହମାନଙ୍କ ସିଂହାସନ ଆରୁଢ଼ ଯଥା ରୀତିନୀତିରେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଓଡ଼ିଶା ଗ୍ରସ୍ତରେ ଥିବା ମଧ୍ୟପ୍ରଦେଶ ସରକାରଙ୍କ ଯନ୍ତ୍ରୀ ତଥା ପରାମର୍ଶ ଦାତା ସପତ୍ନୀକ,ବିଶିଷ୍ଟ ବ୍ୟବସାୟୀ ବିଜୟ ପାଣିଗ୍ରାହୀ, ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ବିପଣନ ବୋର୍ଡ଼ ସଭ୍ୟ ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସୁରଥ ପାହାନ, ଗଞ୍ଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳାଇ, କୁକୁଡ଼ା ଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇ ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ।ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସ୍ଥାନରେ ସାଦୃଶ୍ୟ  ଶ୍ରୀଜଗନ୍ନଥ ସଂସ୍କୃତି ଆଧାରିତ ପାଲା, ସଙ୍ଗୀତ,ଓଡିଶୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା।ପ୍ରଚଣ୍ଡ ରୌଦ୍ର ତାପ ହେଉ ଥିବାରୁ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ ମଠମକୁନ୍ଦ ପୁର ଏବଂ ଗାୟତ୍ରୀ ଶକ୍ତିପୀଠ ତରଫରୁ ବିଭିନ୍ନ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା l ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ବିଭିନ୍ନ  କାର୍ଯ୍ୟକ୍ରମରେ ସୁଶାନ୍ତ ନାହାକ, ଶିବରମ ପ୍ରଧାନ,ଆଦିତ୍ୟ ନାହାକ, କୃପାସିନ୍ଧୁ ପ୍ରଧାନ ଜଗନ୍ନାଥ ନାହାକ, ଶ୍ରୀହରି ନାହାକ,ଯଜ୍ଞପ୍ରସାଦ ନାହାକ ଏବଂ ପଡୋଶୀ ଗ୍ରାମଗୁଡିକର ଯଥା ବୁରୁଡ଼ି, ଝାରେଡି, ସୁବଲୟା, ସିପକୁଦା, ବେଳପଡା, ଶତ୍ରୁସୋଲ, ଖଟୁଆ କୁଦା, ନିଳାଦ୍ରୀପୁର, ରଘୁନାଥପୁର ଆଦି ଗ୍ରାମଗୁଡିକର ଯୁବ ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Nalco
Leave A Reply