ଆଧୁନିକ ଯୁଗର ମାତାପିତା ନିଜ ସନ୍ତାନ ଙ୍କୁ ରାମାୟଣ ଯୁଗର ଏହି ୭ଟି କଥା ଶିଖାଇବା ଜରୁରୀ , ଯାହା ଜୀବନକୁ କରିବ ଆଲୋକିତ
ରାମାୟଣ କେବଳ ଶ୍ରୀରାମ ଓ ରାବଣ ଙ୍କ କାହାଣୀ ନୁହେଁ, ବରଂ ଏହା ମନୁଷ୍ୟ ଜୀବନ କୁ ଅନେକ ପ୍ରକାର ଶିକ୍ଷା ଦେଇଥାଏ, ଯେଉଁଠି ଏହା ପୁରୁଷ ମାନଙ୍କୁ ପ୍ରଭୁ ଶ୍ରୀରାମ ଙ୍କ ନିକଟରୁ ମର୍ଯ୍ୟାଦା ଶିଖାଇଥାଏ l ଏହା ସହିତ ମାତା-ପିତା ଙ୍କୁ ଭଲ ମାତା ପିତା ହେବାର ଶିକ୍ଷା ଦେଇଥାଏ l
ରାମାୟଣ ଭଳି ମହାନ ଗ୍ରଂଥ କେବଳ ସେହି ସମୟ ରେ ନୁହେଁ, ଆଜିର ସମୟର ପିତାମାତା ଙ୍କୁ ମଧ୍ୟ କିଛି ଶିକ୍ଷା ଦେଉଛି କିଭଳି ଆଧୁନିକ ଯୁଗର ପିତାମାତା ନିଜ ସନ୍ତାନ ମାନଙ୍କୁ ଉଚିତ ଶିକ୍ଷା ଦେଇ ଭଲ ମଣିଷ କରିପାରିବ l
* ପିଲା ମାନେ ସେହି ଶିକ୍ଷା ଗ୍ରହଣ କରନ୍ତି, ଯାହା ତାଙ୍କ ପିତାମାତା ଙ୍କ ନିକଟରୁ ଶିଖି ଥାନ୍ତି, ଯେଭଳି ଭଗବାନ ରାମଚନ୍ଦ୍ର ନିଜ ପିତା ଦଶରଥ ରୁ ସଚୋଟ ମନଭାଵ ଓ ତ୍ୟାଗ ଶିକ୍ଷା କରିଥିଲେ l ଯାହା ତାଙ୍କୁ ପୁରୁଷ ଶ୍ରେଷ୍ଠ କରିବାରେ ଗ୍ରହଣୀୟ ଅଟେ l
* ଶ୍ରୀରାମ ଙ୍କ ୩ଜଣ ମାତା କୌଶଲ୍ୟା, କୈକେଇ ଓ ସୁମିତ୍ରା ଚିନ୍ତନ ଅଲଗା ଥିଲା, କିନ୍ତୁ ସେମାନେ ନିଜ ସମସ୍ତ ସନ୍ତାନ ଙ୍କୁ ସମାନ ଭାବିଥିଲେ ଓ ସମାନ ସ୍ୱାଧୀନତା ଦେଇଥିଲେ l ଏବଂ ନିଜର ନିଷ୍ପତି ନେବା ପାଇଁ ପ୍ରେରଣା ଦେଇଥିଲା, ଯାହାକି ଆଜିର ପିତାମାତା ଜାଣି ରଖିବା ଜରୁରୀ l
* ପ୍ରଭୁ ଶ୍ରୀରାମ ବିନା କୌଣସି ଭୁଲ ରେ ୧୪ ବର୍ଷ ବନବାସ ସ୍ୱୀକାର କରିଥିଲେ, ତେଣୁ ଆଧୁନିକ ପିତାମାତା ନିଜ ସନ୍ତାନ ମାନଙ୍କୁ ପ୍ରତ୍ୟେକ ସମୟ ସହିତ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଶିଖାଇବା ଜରୁରୀ l ଏବଂ ଅସୁବିଧା ସମୟ ରେ ଶାନ୍ତ ରହି କାର୍ଯ୍ୟ କରିବା ଜରୁରୀ l
* କୈକେୟୀ ନିଜ ପୁତ୍ର ଭରତ ରାଜା ହେବେ ବୋଲି ଦାବି କରିଥିଲେ, କିନ୍ତୁ କୈକେୟୀ ଓ ଭରତ ଉଭୟ ପ୍ରଭୁ ଶ୍ରୀରାମ ଙ୍କୁ ଖୁବ ଭଲ ପାଉଥିଲେ, ଏହା ଶିଖାଇ ଥାଏ ଯେ ଜୀବନ ରେ ସ୍ନେହ ଓ ଅନୁଶାସନ ର ସମାନ ସନ୍ତୁଳନ ଜରୁରୀ ଅଟେ l
* ମାତା ସୀତା କଠିନ ସମୟ ରେ ମଧ୍ୟ ନିଜ ଉପରେ ଭରସା ରଖିବା ଜରୁରୀ, ଏବଂ ନିଜ ସ୍ୱାମୀ ଙ୍କ ଉପରେ ଭରସା ବିଶ୍ୱାସ ରଖିବା ଜରୁରୀ l ମାତା ସୀତା ଙ୍କ ଭଳି ନିଜ ସନ୍ତାନ ମାନଙ୍କ ଭାବନା କୁ ବୁଝିବା ଜରୁରୀ ଏବଂ ଅସୁବିଧା ସମୟ ରେ ନିଜକୁ ସୁଦୃଢ଼ ରଖିବା ପାଇଁ କହିବା ଜରୁରୀ l
* ରାମାୟଣ ଶିକ୍ଷା ଦେଇଥାଏ ଯେ ଯେତେବେଳେ ପରିବାର ଏକ ସାଙ୍ଗରେ ରହିଥାଏ, ତେବେ କୌଣସି ଅସୁବିଧା ହୋଇନଥାଏ l ପିଲାଙ୍କୁ ଏକାଠି ରହିବା, ପରସ୍ପରକୁ ସାହାଯ୍ୟ କରିବା, ଏବଂ ପରସ୍ପର ପ୍ରତି ଦାୟିତ୍ୱବାନ ହେବା ଜରୁରୀ ବୋଲି ଶିକ୍ଷା ଦେଇଥିଲା ରାମାୟଣ , ତେଣୁ ଆଜିର ପିତାମାତା ଏହା ନିଜ ସନ୍ତାନ ମାନଙ୍କୁ ଶିକ୍ଷା ଦେବା ଜରୁରୀ l
* ରାମାୟଣ ରେ ପ୍ରଭୁ ରାମଚନ୍ଦ୍ର ନିଜ ପରିବାର ର ପ୍ରତ୍ୟେକ ସଦସ୍ୟ ଙ୍କୁ ବିଶ୍ୱାସ କରୁଥିଲେ, ଏବଂ ପ୍ରଭୁ ରାମଚନ୍ଦ୍ର ଙ୍କ ଉପରେ ତାଙ୍କ ପିତାମାତା ମଧ୍ୟ ଭରସା ଓ ବିଶ୍ୱାସ ରଖିଥିଲେ l ତେଣୁ ପିଲା ମାନଙ୍କ ସହିତ ପିତାମାତା ମନଖୋଲି କଥା ହେବା ଜରୁରୀ ଓ ଭରସା ରଖିବା ଜରୁରୀ l