ରାମାୟଣର ରୋଚକ କଥା : ରାବଣର ପୁତ୍ର ଅତିକାୟ କିଏ ? ଯିଏ ମନ୍ଦୋଦରୀ ଙ୍କ ଗର୍ଭରୁ ଜନ୍ମିତ ନହୋଇ ମଧ୍ୟ ଥିଲା ଖୁବ ଶକ୍ତିଶାଳୀ
ଅତିକାୟ ମଧ୍ୟରେ ରାକ୍ଷସ ଗୁଣ ଅଧିକ ଥିଲା l ଅତିକାୟ ମଧ୍ୟ ରାବଣ ଭଳି ତପସ୍ୟା କରି ଖୁବ ଶକ୍ତିଶାଳୀ ହୋଇଯାଇ ଥିଲା l ତାକୁ ଭଗବାନ ବ୍ରହ୍ମଦେବ ବ୍ରହ୍ମ କବଚ ଦେଇଥିଲେ l ତେଣୁ ତା ଉପରେ କୌଣସି ଦିବ୍ୟାସ୍ତ୍ର କାମ କରୁ ନଥିଲା l ଅତିକାୟ ଭଗବାନ ଶିବ ଙ୍କ ସହିତ ସମସ୍ତ ଦେବତା ମାନଙ୍କୁ ପ୍ରସନ୍ନ କରି ଅସ୍ତ୍ରଶସ୍ତ୍ର ହାସଲ କରିଥିଲା l ଏହିସବୁ କାରଣରୁ ତାକୁ ଅଜେୟ ଜୋଧା ବୋଲି କୁହାଯାଉ ଥିଲା l ଶ୍ରୀରାମ ଙ୍କ ବାନର ସେନା ଯେତେବେଳେ ଲଙ୍କା କୁ ଆକ୍ରମଣ କରିଥିଲେ ସେତେବେଳେ ଅତିକାୟ ଭଗବାନ ଶ୍ରୀହନୁମାନ ଙ୍କର ସମୁଖୀନ ହୋଇଥିଲେ l କିନ୍ତୁ ଏହି ଯୁଦ୍ଧରେ ହାର ଜିତ ହୋଇପାରି ନଥିଲା l
ହନୁମାନ ଙ୍କ ସହିତ ଅତିକାୟ ର ଯୁଦ୍ଧ ସେତେବେଳେ ସମାପ୍ତ ହୋଇପାରି ଥାଆନ୍ତା, ଯେତେବେଳେ କାହାର ବିନାଶ ହୋଇ ଥାଆନ୍ତା l କିନ୍ତୁ ଅତିକାୟ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କର ଆସିବା ମାତ୍ରକେ ହନୁମାନ ଙ୍କ ସହିତ ଯୁଦ୍ଧ କରିବା ଛାଡି ଦେଇଥିଲା l ଅତିକାୟ ହନୁମାନ ଙ୍କ ସହିତ ଯୁଦ୍ଧ ଛାଡି ପ୍ରଭୁ ଶ୍ରୀରାମ ଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଇଥିଲା l ଯାହାର ସାମ୍ନା କରିବା ପାଇଁ ଲକ୍ଷ୍ମଣ ଆଗେଇ ଯାଇଥିଲେ ଓ ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା l ଏହାପରେ ଆଟିକାୟ ମାୟାବୀ ଶକ୍ତିର ବ୍ୟବହାର କରି ଶୂନ୍ୟ ରେ ଯାଇ ଆକ୍ରମଣ କରିଥିଲା l ଏହାପରେ ପ୍ରଭୁ ହନୁମାନ କାନ୍ଧରେ ଲକ୍ଷ୍ମଣ ଙ୍କୁ ବସାଇ ଶୂନ୍ୟ କୁ ନେଇ ଯାଇଥିଲେ ଏବଂ ଶୂନ୍ୟ ରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା l ଅତିକାୟ ଓ ଲକ୍ଷ୍ମଣ ଙ୍କ ମଧ୍ୟରେ ଯୁଦ୍ଧ ଥମିବା ର ନାଁ ନେଉ ନଥିଲା l ଏହାପରେ ଦେବତା ମାନେ ଅତିକାୟ ର ବିନାଶ ର ଉପାୟ ଲକ୍ଷ୍ମଣ ଙ୍କୁ କହିଥିଲେ l ଦେବତା ମାନେ ଅତିକାୟ ର ବ୍ରହ୍ମ କବଚ ଉପରେ ବ୍ରହ୍ମାସ୍ତ୍ର ରେ ଆକ୍ରମଣ କରିବାକୁ କହିଲେ l ଲକ୍ଷ୍ମଣ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାରୁ ଅତିକାୟ ର ବିନାଶ ହେଲା l