ନୂଆଦିଲ୍ଲୀ : ରାଜସ୍ଥାନ ର ଅଲବର୍ ସହରର ପତା ପବନ୍ଧ ମଶାଣି ର ଚିତା ରୁ ଗାୟବ ହୋଇଛି ଅସ୍ଥି । ଏହି ଖବର ଜଣା ପଡ଼ିବା ପରେ ସେଠାରେ ଉତେଜନା ଦେଖା ଦେଇଛି। ଚିତା ସହିତ ତାନ୍ତ୍ରିକ କାର୍ଯ୍ୟ କରିବାର ସୂଚନା ମିଳିଛି । ମୃତକ ଙ୍କ ପରିବାର ପୋଲିସ ଷ୍ଟେସନ ରେ ଏହି ବିଷୟରେ ଜଣାଇଛନ୍ତି ।
ହରିଶ କୁମାର ଗୋୟଲ୍ ଙ୍କ ର ସେପ୍ଟେମ୍ବର ୯ ତାରିଖ ଦିନ ମୃତ୍ୟୁ ହୋଇ ଥିଲା । ଏହା ପରେ ତାଙ୍କର ଶେଷ କୃତ୍ୟ ଉକ୍ତ ଶ୍ମଶାନ ରେ ହୋଇଥିଲା । ମୃତକ ଙ୍କ ପରିବାର ଅସ୍ଥି ନେବା ପାଇଁ ଶ୍ମଶାନରେ ପହଞ୍ଚି ବାରୁ ସେଠାରେ ଅସ୍ଥି ନଥିଲା ଓ ସେହି ଚିତା ନିକଟରେ ତନ୍ତ୍ର ସାଧନା ସହିତ ଜଡିତ ଜିନିଷ ମିଳିଥିଲା ।
ପୋଲିସ୍ ଘଟଣା ସ୍ଥଳରେ ଯାଞ୍ଚ ଆରମ୍ଭ କରିଛି ଓ ସେଠାରେ ଉପସ୍ଥିତ ଥିବା ଜଣେ ଶ୍ମଶାନ କର୍ମଚାରୀ ଙ୍କୁ ପଚରା ଉଚରା କରି ଅନୁଧ୍ୟାନ ଜାରୀ ରହିଛି । ୯ ତାରିଖ ଦିନ ଶେଷ କୃତ୍ୟ ମଧ୍ୟ ରାତ୍ରୀରେ ସମ୍ପୂର୍ଣ୍ଣ ହେବା ପରେ ୧୦ ତାରିଖ ସକାଳୁ ଅସ୍ଥି ସଂଗ୍ରହ କରିବା ପାଇଁ ସେଠାରେ ମୃତକଙ୍କ ପରିଜନ ପହଞ୍ଚି ଥିଲେ କିନ୍ତୁ ସେଠାରେ ଅସ୍ଥି ମିଳି ନଥିଲା ।

Comments are closed.