ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କୁ ଦଳରୁ ବହିଷ୍କାର ଦାବି , ବିଜେଡି କାର୍ଯ୍ୟ।ଳୟରେ ୩୧ନଂ ଜୋନ ପ୍ରତିନିଧି ଓ କର୍ମକର୍ତ।ଙ୍କ ବୈଠକ
ରାଜନଗର : କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା ୩୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ପ୍ରତିହାରୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର ଦାବି ଜୋର ଧରିଛି। ବ୍ଲକ ବିଜେଡି କାର୍ଯ୍ୟ।ଳୟରେ ୩୧ନଂ ଜୋନର ବିଭିନ୍ନ ପଂଚାୟତର ନିର୍ବ।ଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ।ମାନେ ଏକାଠି ହୋଇ ବିଜେପି ସହ ସଂପର୍କ ରଖିଥିବା ଓ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ଙ୍କ ନିର୍ଦ୍ଦଶେରେ ବିଜେଡି ବିରୁଦ୍ଧରେ କାମ କରୁଥିବା ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି।
ଆଜି ବ୍ଲକ ବିଜେଡି କାର୍ଯ୍ୟ।ଳୟରେ ବ୍ଲକ ବିଜେଡି ସଭାପତି ତଥା ୩୧ନଂ ଜୋନ ଅନ୍ତର୍ଗତ ଡେରା ପଂଚାୟତର ସରପଂଚ ନିରଂଜନ ରାଉତଙ୍କ ପୌରହିତ୍ୟରେ ବୈଠକ ବସିଥିଲା। ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନଗର ବିଧାନସଭା ନିର୍ବ।ଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବର୍ତମାନର ବିଧାୟକ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଭାବେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଦଳ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଧ୍ରୁବ ଓ ଅଂଶୁମାନ ଏକାଠି ହେବା ପରେ ରାଜନଗର ନିର୍ବ।ଚନମଣ୍ଡଳୀ ବିରୋଧି ଶୂନ୍ୟ ହେବାକୁ ଯାଉଛି। ଏପରି ସ୍ଥିତିରେ ଦଳର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ହାତ ମିଳାଇ ଦଳ ବିରୋଧି କାମ କରୁଛନ୍ତି। ଦଳ ବିରୋଧି କାମ ପାଇଁ ୮ମାସ ତଳେ ବ୍ଲକ ସଭାପତି ପଦରୁ ବହିଷ୍କୃତ ହୋଇଥିଲେ। ୨୮ ତାରିଖ ଦିନ ତାରାଦେଇପୁରସ୍ଥିତଚିଙ୍ଗୁଡିଘେରୀରେ ବିଜେପିର ବିଧାୟକ ଆଶାୟୀ ପ୍ରାର୍ଥୀ ଓ ବୈଜୟନ୍ତ ପଣ୍ଡାଙ୍କ ଅନୁଗତଙ୍କ ସହ ମିଶି ବୈଠକ କରିଥିଲେ। ବୈଠକର ରଣନୀତି ଅନୁଯାୟୀ ଗତକାଲି କୋଇଲିପୁର ଠାରେ ତାଙ୍କ ନିଜ ଗାଁ ଓ ଶ୍ବଶୁରଘର ଗାଁର ଲୋକଙ୍କ ସହିତ ବିଜେପି କର୍ମୀଙ୍କୁ ନେଇ ବୈଠକ କରି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ ସଂଗ୍ରହ କରିବାକୁ କହିଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ ବିବୃତିରେ ଦାବି କରାଯାଇଛି। ଏଥିସହିତ ବିଜୁ ଜନତା ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବୈଜୟନ୍ତ ଙ୍କ ରଣନୀତି ଅନୁଯାୟୀ ଅଶୋକ କାମ କରୁଛନ୍ତି । ଦଳ ବିରୋଧି କାମରେ ଲିପ୍ତ ଥିବା ୩୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ତଥା ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କୁ ଦଳରୁ ବହିଷ୍କାର କରିବାକୁ ଆଜି ୩୧ନଂ ଜୋନର ବିଜୁ ଜନତା ଦଳର ନିର୍ବ।ଚିତ, ପରାଜିତ ସମିତିସଭ୍ୟ ଓ ସରପଂଚ, ସେବା ସମବାୟ ସମିତିର ସଭାପତି, ପଂଚାୟତ ସଭାପତି ଓ ଦଳୀୟ କର୍ମକର୍ତ।ମାନେ ଦାବୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।ଆଜିର ବୈଠକରେ କୁରୁଂଟି ସେବା ସମବାୟ ସମିତିର ସଭାପତି ଶ୍ରୀକାନ୍ତ କୁମାର ପ୍ରଧାନ, ବ୍ରାହ୍ମଣସାହି ପଂଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ପଢିହାରୀ, ମହୁଲିଆ ସମିତିସଭ୍ୟ ସଂଜୟ କୁମାର ସ୍ୱାଇଁ, କଣ୍ଡିରା ପଂଚାୟତର ସମିତିସଭ୍ୟ ତଥା ଯୁବ ବିଜେଡି ସଭାପତି ଆର୍ତବନ୍ଧୁ ମହାନ୍ତି ,ଛାତ୍ର ବିଜେଡି ସଭାପତି , ମହିଳା ବିଜେଡି ସଭାନେତ୍ରୀ ରଶ୍ମୀ ରଂଜିତା ସ୍ୱାଇଁ, କୁରୁଂଟି ପଂଚାୟତ ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ବ୍ରାହ୍ମଣସାହି ପଂଚାୟତର ସରପଂଚଙ୍କ ପ୍ରତିନିଧି ପ୍ରମୋଦ ପ୍ରଧାନ, ମହୁଲିଆ ସରପଂଚଙ୍କ ପ୍ରତିନିଧି ଗଂଗାଧର ଦାସ, ରାଜନଗର ସେବା ସମବାୟ ସମିତିର ସଭାପତି ଦଧିବାମନ ଭୂୟାଁ, ହାତିନା ପଂଚାୟତର ସଭାପତି ଘନଶ୍ୟାମ ପଣ୍ଡା,ହାତିନାପଂଚାୟତର ସମିତିସଭ୍ୟା ଉତମା ସେଠୀ, ପୂର୍ବତନ ସମିତିସଭ୍ୟ ପ୍ରଦୀପ କୁମାର ସ୍ୱାଇଁ, ବିଜେଡି ନେତା ଘନଶ୍ୟାମ ଜେନା, ସଂଜୟ କୁମାର ଜେନା, ହିମାଂଶୁ ଭୂଷଣ ପାଣି, ମଙ୍ଗୁଳି ଚରଣ ସ୍ୱାଇଁ, ନିରାକାର ସ୍ୱାଇଁ, ଅଂଶୁମାନ ପରିଡା, ସୁରେନ୍ଦ୍ର ସେଠୀ, ପୁରସ୍ତମ ନାୟକ, ଶରତ କୁମାର ସ୍ୱାଇଁ, ସୁନାକର ଦାସ, ପ୍ରାଣକୃଷ୍ଣ ରାଉତ, ଉମେଶ ଚନ୍ଦ୍ର ବଳ, ସର୍ବଶ୍ବେର ବଳ, ପ୍ରସନ୍ନ କୁମାର ବେହେରା, ବିଷ୍ଣୁ ଚରଣ ପ୍ରଧାନ, ଗୁରୁବାରି ପରିଡା, ସାଧୂଚରଣ ବେହେରା, ମଙ୍ଗୁଳି ଦାସ, ସୁବାଷ ଚନ୍ଦ୍ର ଜେନା, ଭଗବାନ ନାୟକ, ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଦଳ ବିରୋଧି କାର୍ଯ୍ୟ ରେ ଲିପ୍ତ ଥିବା ଅଶୋକ କୁମାର ପ୍ରତିହାରୀଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି।