Odisha news

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ

0

ରାଜନଗର ୨/୧୦: ବିଜୁ ଜନତା ଦଳ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜନଗର ବ୍ଲକ୍ ବିଜୁ ଜନତା ଦଳ ତରଫରୁ ରବିବାର ସାନବଡ ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ବିଜୁପଟ୍ଟନାୟକ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ । ଏହାପରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଥିଲା । ତ୍ରିନାଥ ବଜାର, ରାଜନଗର ବଜାର ପରିକ୍ରମା କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ମହିଁଷାସୁର ଗ୍ରାମ ପଞ୍ଚାୟତ ପଡିଆରେ ଜନସମ୍ପର୍କ ପଦଯାତ୍ରା ପହଞ୍ଚିଥିଲା । କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜନଗର ବ୍ଲକ୍ ବିଜୁ ଜନତା ଦଳ ସଭାପତି ଅଶୋକ କୁମାର ପ୍ରତିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ଉକ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର , ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ , ସରପଞ୍ଚ ଗୋଲେଖ ସ୍ବାଇଁ ,ଶୁଶ୍ରୀସଂଗିତା ମିଶ୍ର, ଅଶୋକ କୁମାର ମହାନ୍ତି, ପୁଷ୍ପଲତା ପାତ୍ର,ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନ , ସମିତି ସଭ୍ୟ ଆର୍ତ୍ତବନ୍ଧୁ ମହାନ୍ତି , ପ୍ରଶାନ୍ତ କୁମାର ରାଉତ, ସଂଜୟ ସ୍ବାଇଁ ,ଯୁବନେତା ସରୋଜକାନ୍ତ ରାଉତ , ବରିଷ୍ଠ ନେତା ଲକ୍ଷ୍ମୀଧର ବାରିକ ,ମାଧବାନନ୍ଦ ରାଉତ , ସର୍ବେଶ୍ବର ମହାନ୍ତି , କାହ୍ନୁ ଚଣ୍ଡ , ନରହରି ଜେନା , ବିଜୟ ନାୟକ ,ଚିତ୍ତରଞ୍ଜନ ଦାସ , ଶ୍ରୀକାନ୍ତ ପ୍ରଧାନ ,ନାରୀନେତ୍ରୀ ରଶ୍ମିରଞ୍ଜିତା ସ୍ବାଇଁ , ଯୁବନେତା ବାବାଜୀ ମିଶ୍ର , ରବିନ୍ଦ୍ର ସିଂ ,ଛାତ୍ରନେତା ମନୋଜ କୁମାର ମଲ୍ଲିକ , ବୈବର୍ତ୍ତ ନାରାୟଣ ବିଶ୍ବାଳ ,ରୋହିତ ରାଉତ ,ଅଂଶୁମାନ ପରିଡା ପ୍ରମୁଖ ଙ୍କ ସହିତ ଶତାଧିକ ମହିଳା , ଯୁବ-ଛାତ୍ର ଉକ୍ତ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Nalco
Leave A Reply