Odisha news

୨୫ ବର୍ଷ ପରେ ଐତିହାସିକ ରାୟ ; ୩ବର୍ଷ ଜେଲ ଦଣ୍ଡ ,୫ହଜାର ଜୋରିମାନା

0

ରାଜନଗର ; :ରାଜନଗର ଗ୍ରାମ୍ଯ ନ୍ୟାୟଳୟ ତଥା ଜେଏମଏଫସି କୋର୍ଟରେ ଶୁକ୍ରବାର ଜିଆର କେସନଂ ୫୩୧/୯୬ ଭାରତୀୟ ପିଙ୍ଗଳ କୋର୍ଟର ଦଫା ୩୪୧,୩୨୫ ଓ ୩୪ ଆଇପିସି ଆକ୍ଟ ଉପରେ ଶୁଣାଣି କରାଯାଇଥିଲା । ବିଚାରପତି ତଥା ଜେ ଏମ ଏଫସି ମାନନୀୟା ଜ୍ଯୋତ୍ରିମୟୀ ଶଡଙ୍ଗୀ ୩ଜଣ ଆସାମୀଙ୍କ ବିରୁଦ୍ଧରେ ୩୪୧ ଦଫାରେ ଏକ ମାସ ଜେଲ ଦଣ୍ଡ ଏବଂ ଦଫା ୩୨୫ରେ ୩ଜଣ ଆସାମୀଙ୍କ ବିରୁଦ୍ଧରେ ତିନିବର୍ଷ ଲେଖାଏଁ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଲେଖାଏଁ ଯୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ନିର୍ଧାରିତ ସମୟ ମଧ୍ଯରେ ଜୋରିମାନା ବାବଦ ଅର୍ଥ ପୈଠନକଲେ ଅନାଦେୟ ଦୁଇମାସ ଅଧିକ ଜେଲ ରହଣି ପାଇଁ ରାୟ ଶୁଣାଇଛନ୍ତି ମାନନୀୟା ବିଚାରପତି ମହାଶୟା ।

ଏହି ଜିଆର କେସକୁ ସରକାରୀ କ୍ୟାଡର ଆଇନଜୀବୀ ପ୍ରଭାତ କୁମାର ଯେନା ଓ ସରକାରୀ ଆଇନଜୀବୀ ନଳିନୀକାନ୍ତ ମଙ୍ଗରାଜ ପରିଚାଳନା କରିଥିଲେ । ଦୀର୍ଘ ୨୫ ବର୍ଷ ୧୧ମାସ ପରେ ଏପରି ଏକ ଐତିହାସିକ ରାୟ ପ୍ରକାଶ ପାଇବାକୁ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀମାନଙ୍କର ନ୍ୟାୟଳୟ ଉପରେ ବିଶ୍ବାସ ଭରସା ବୃଦ୍ଧି ପାଇବା ସହ ସ୍ବାଗତ କରିଛନ୍ତି । ସୂଚନାଯୋଗ୍ଯ ରାଜନଗର ବ୍ଲକ ସାନଓର ଗାଁର ଚନ୍ଦ୍ରଭାନୁ ସାମଲ ୧୯୯୬ମସିହାରେ ସେହି ଗ୍ରାମର ଶ୍ରୀଧର ପ୍ରସାଦ ଦାସ,ସୁଧିର କୁମାର ଦାସ ଓ ଶୁସାନ୍ତ କୁମାର ଦାସ ଙ୍କ ନାମରେ ଏକ ଲିଖିତ ଅଭିଯୋଗ ରାଜନଗର ଥାନାରେ କରିଥିଲେ । ଚନ୍ଦ୍ରଭାନୁ ୨୬/୦୫/୧୯୯୬ ତାରିଖ ସକାଳ ୭ଟା ସମୟରେ ରାଜନଗର ଦୋକାନକୁ ଆସୁଥିବା ସମୟରେ ଶ୍ରୀଧର ପ୍ରସାଦ ଦାସ ବାଟରେ ଅଟକାଇଥିଲେ ସେହି ସମୟରେ ଶ୍ରୀଧରଙ୍କ ପୁତ୍ର ସୁଧିର ବାଡି ସାହାଯ୍ଯରେ ମୁଣ୍ଡକୁ ବାଡେଇଥିଲେ । ଚନ୍ଦ୍ରଭାନୁ ରକ୍ତାକ୍ତ ହୋଇ ତଳେ ପଡିଗଲେ । ଏହା ପରେ ଶ୍ରୀଧରଙ୍କ କନିଷ୍ଠ ପୁତ୍ର ଶୁସାନ୍ତ ଗୋଇଠା ଓ ବିଧା ମାରିବାକୁ ଲାଗିଲା । ଚନ୍ଦ୍ରଭାନୁଙ୍କ ହାତର ଅଙ୍ଗୁଳି କଟିଗଲା । ଘଟଣା ସମ୍ପର୍କରେ ଚନ୍ଦ୍ରଭାନୁ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ରାଜନଗର ଥାନା ପକ୍ଷରୁ କେସ ନଂ ୨୯/୯୬ରେ ଏକ ମାମଲା ରୁଜୁ କରାଯାଇଥିଲା ।

Leave A Reply