Odisha news

ଗ୍ରାମ୍ୟ ଉନ୍ନୟନ ବିଭାଗ ର ଦୁଇଟି ରାସ୍ତା ଓ ତଟ ସୁରକ୍ଷା କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର କଲେ ବିଧାୟକ

0

ରାଜନଗର :କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଅନୁଦାନରୁ ଗୋପାଳପୁର ଠାରୁ ଗୁପ୍ତି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ଚାନ୍ଦିବାଉଁଶମୂଳ ଠାରୁ ମୁଗକଣି ଭାୟା ଗୁହାଳକଣି ,ଖମାରସାହି,ପୋଖରୀଆ , ନାଥପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ବର ଯଦୁଚନ୍ଦ୍ରପୁର ଠାରୁ ଦକ୍ଷିଣଭେଡା ଭାୟା ମା ମାଟିଆ ମଙ୍ଗଳା ପୀଠ ର ତଟ ସୁରକ୍ଷା କାର୍ଯ୍ୟ ର ଶୁଭ ଶିଳାନ୍ୟାସ ରାଜନଗର ବିଧାୟକ ଧ୍ରୁବ ସାହୁ ଙ୍କ କରକମଳରେ ସମ୍ପାଦିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ରାଜନଗର ବ୍ଲକ୍ ବିଜୁ ଜନତା ଦଳ ସଭାପତି ତଥା ସାଂସଦ ଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ , ଗୁପ୍ତି ସରପଞ୍ଚ ସର୍ବେଶ୍ବର ସାହୁ , ପୂର୍ବତନ ସରପଞ୍ଚ ଗିରୀଶ ନାୟକ , ନିରଞ୍ଜନ ରାଉତ ,ଯୁବନେତା ଖଗେଶ୍ବର ଲେଙ୍କା , ମାନସ,ସାଗର ପରିଡା ,ଧିରେନ ବିଶ୍ବାଳ , ଶୁଶାନ୍ତ ରାଉତ, ଅଂଶୁମାନ ପରିଡା,ସମିତି ସଭ୍ୟ ଚିତ୍ତରଞ୍ଜନ ପଣ୍ଡା , ବରିଷ୍ଠ ନେତା କାହ୍ନୁ ଚଣ୍ଡ ଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Govt
Leave A Reply