ରାଜନଗର : ବ୍ରାହ୍ମଣସାହୀ ପଞ୍ଚାୟତ ବଡନାଉକଣା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମ୍ମୁଖରେ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଶନିବାର ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳ ସମର୍ଥିତ ସରପଞ୍ଚ ବାଲ୍ମିକ ସେଠୀ ସମର୍ଥକଙ୍କ ସହିତ ବିଜୁ ଜନତାଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସ୍ଥାନୀୟ ବିଧାୟକଙ୍କ ବଳିଷ୍ଠ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟକରି ଦଳରେ ସାମିଲ ହୋଇଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ଦଳରେ ଆନୁଷ୍ଠାନିକ ଭାବରେ ଦଳୀୟ ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ । ବ୍ରାହ୍ମଣସାହୀ ପଞ୍ଚାୟତର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରତୀହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତୀହାରୀ ସଭା ପରିଚାଳନା କରିଥିଲେ । ଏହି ସଭାରେ ବିଜେଡି ଉପସଭାପତି ନିରଞ୍ଜନ ରାଉତ, ସାଧାରଣ ସମ୍ପାଦକ ନରହରି ଯେନା,ବିଜେଡି ନେତା ନିରଞ୍ଜନ ପରିଡା,ସନାତନ ସ୍ବାଇଁ,ରବିନ୍ କୁମାର ମଲ୍ଲିକ, ସମିତି ସଭ୍ଯା ରଶ୍ମିତା ଦାସ,ଛାତ୍ର ବିଜେଡି ସଭାପତି ମନୋଜ କୁମାର ମଲ୍ଲିକ, ଯୁବ ବିଜେଡି ସଭାପତି ଜ୍ଞାନ ରଞ୍ଜନ ନାୟକ, ମହିଳା ବିଜେଡି ସଭାନେତ୍ରୀ ରଶ୍ମିରଞ୍ଜିତା ସ୍ବାଇଁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବାରିକ ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ରହି ବକ୍ତବ୍ଯ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଆର୍ତ୍ତବନ୍ଧୁ ମହାନ୍ତି,ବାଇଧର ସେଠୀ,ଅଂଶୁମାନ ପରିଡା,ବିଜ୍ଞାନ ରଞ୍ଜନ ଯେନା ପ୍ରମୁଖ ଉପସ୍ଥିତଥିଲେ ।
Comments are closed.