Odisha news

କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନୀୟ ବିଧାୟକ ତଥା ଯୁବ କ୍ରୀଡା ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

କୋଣାର୍କ  : ଶନିବାର ଅପରାହ୍ନ ରେ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା  ଗତ ନବକଳେବର ସମୟରେ  ୬କୋଟି ଟଙ୍କା ରେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ଶିଶୁ ମାତୃମଙ୍ଗଳ ଡାକ୍ତର ଖାନାକୁ ଅଚାନକ ପରିଦର୍ଶନ କରି  ରାଜ୍ୟ ସରକାରଙ୍କ ତରଫରୁ  ଡାକ୍ତର ଖାନାକୁ ଆସୁଥିବା ଔଷଧ ଓ ଅନ୍ୟ  ଯୋଜନା ବିଷୟରେ ସମୀକ୍ଷା କରିଛନ୍ତି।
ରାଜ୍ୟ ସରକାର ଯେଉଁ ନିରାମୟ ଯୋଜନାରେ ଔଷଧ ଦେଉଛନ୍ତି ତାହାକୁ  ରୋଗୀମାନଙ୍କୁ ଦିଆଯାଉଛି କି ନାହିଁ ସେ ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲେ।ତାହାଛଡା ଡାକ୍ତର ଖାନାର ରେ ମହଜୁଦ ଥିବା ଔଷଧ ବ୍ୟତିତ ଯେପରି ବାହାର କମ୍ପାନି ର  ଔଷଧ କୁ ଡାକ୍ତର ନଲେଖନ୍ତି ସେଥିପାଇଁ କଡା ନିର୍ଦ୍ଧେଶ ଦେଇଥିଲେ। ଡାକ୍ତରଖାନାରେ ଲାବରଟୋରୀ ଅଛିକି ନାହଁ ସେ ବିଷୟରେ  ମେଡିକାଲ ଇନଚାର୍ଜ ଙ୍କୁ ପଚାରି ବୁଝିଥିଲେ ।ଆରକେଏସ ଫଣ୍ଡ ରେ ରାଜ୍ୟ ସରକାରଙ୍କ ଠାରୁ ପ୍ରତି ବର୍ଷ ଆସୁଥିବା ଟଙ୍କାରେ କେଉଁଥିରେ ବିନିଯୋଗ କରାଯାଇଛି ସେ ସମ୍ପର୍କରେ ଟିକିନିଖି ହିସାବ ମାଗିଥିଲେ।ଏବଂ ଏହି ଫଣ୍ଡ ରେ ବର୍ଷ କୁ ଯେଉଁ ୭୫ ହଜାର ଆସୁଛି ସେଥିରୁ ୫୦୦୦ ଟଙ୍କା କୁ ଜରୁରୀ କାଳୀନ ସମୟରେ ଅସହାୟ  ନିରାଶ୍ରୟ ରୋଗୀ ପିଛା ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ।ଡାକ୍ତରଖାନାର ଓପିଡି ରେଜିଷ୍ଟ୍ରର କୁ ମନ୍ତ୍ରୀ ତନ୍ନ ତନ୍ନ କରି ଦେଖିବା ସହ ଦୈନିକ କେତେ ରୋଗୀ ଆସୁଛନ୍ତି ସେବିଷୟରେ ତଥ୍ୟ ମାଗିଥିଲେ।  ରୋଗୀ କଲ୍ୟାଣ ସମିତି  ବିଷୟରେ ସେଠାରେ ଉପସ୍ଥିତି ଥିବା ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ  ।କୋଣାର୍କ ମେଡିକାଲକୁ ଡିଜିଟାଇଲେଯେସନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ  ,ଏବଂ ପାଇଲଟ ପ୍ରୋଜେକ୍ଟ ରେ ଏହି ମେଡିକାଲ କୁ ଖୁବ ଶ୍ରୀଘ୍ର ଡ଼ିଜିଟାଇଲେଯେସନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।ପରେ ଅଧିକାରୀ ମାନଙ୍କୁ ନେଇ ମନ୍ତ୍ରୀ ଡାକ୍ତରଖାନା ପରିସରରେ ଏକ ସମୀକ୍ଷା ବୈଠକ କରିଥିଲେ ।ଏହି ଡାକ୍ତର ଖାନା ପାଇଁ ଆବଶ୍ୟକ ହେଉଥିବା ୨  ଜଣ ଷ୍ଟାପ ନର୍ସ, ୨ଜଣ ଆଟେନାଣ୍ଟ ଓ ୨ଜଣ ଡ୍ରେସର  ନିହାତି  ଜରୁରୀ ବୋଲି କୋଣାର୍କ ମେଡିକାଲ ର ଇନ ଚାର୍ଜ ଡା  ରାମେଶ୍ୱର ଜେନା କ୍ରିଡା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଇଂ ତୁଷାର କାନ୍ତି ବେହେରାଙ୍କୁ ପ୍ରସ୍ତାଵ ଦେଇଥିଲେ । ମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ବେଳେ   ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା    ଅଧିକାରୀ  ଶିବ ପ୍ରସାଦ ମଙ୍ଗରାଜ ଙ୍କ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.