Odisha news

୨ ବଖରା ଘର ସହ ୨ ଗୋରୁ ଜୀବନ୍ତ ଦଗ୍ଧ

0
ରାଜନଗର :   ରାଜନଗର ବ୍ଲକ ହାତିନା ପଂଚାୟତ ଏଣ୍ଡୁଳାପୁର ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସହ ୨ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଣ୍ଡୁଳାପୁର ଗାଁର ଗଂଗାଧର ଦାସ ପରିବାର ସହ ଘରେ ଶୋଇଥିଲେ।ଘରକୁ ଲାଗିଥିବା ଗୁହାଳ ଘରେ ଗାଈ ଓ ବାଛୁରୀ ବନ୍ଧା ହୋଇଥିଲେ । ମଶା ଅଧକ ହେଉଥିବାରୁ ଗୁହାଳ ବାହାରେ ଧୂଆଁ ଦେଇଥିଲେ । ଗତକାଲି ରାତି ପ୍ରାୟ ୧୧ଟା ବଳେ ନିଆଁ ଧାଶରେ ଅଣନିଶ୍ବାସୀ ହୋଇ ପରିବାର ଲୋକେ ଜୀବନ ବଂଚାଇ ବାହାରକୁ ଚାଲି ଆସିଥିଲେ । ମାତ୍ର ଗୁହାଳ ଘର ମଧ୍ୟକୁ ନିଆଁ ଧାଶରେ ପଶି ହୋଇନଥିଲା । ନିମିଷେକ ମଧ୍ୟରେ ଚାହୁଁ ଚାହୁଁ ଗୁହାଳ ଘର ସହିତ ୨ ବଖରା ଘର ପୋଡି ପାଉଶ ହୋଇଯାଇଥିଲା । ଦମକଳ ଗାଡି ଆସିବା ବେଳକୁ ସବୁକିଛି ପୋଡି ପାଉଶ ହୋଇଯାଇଥିଲା । ଗୁହାଳ ଘର ଭିତରେ ଗର୍ଭବତୀ ଗାଈ ଓ ବାଛୁରୀଜୀବନ୍ତଦଗ୍ଧହୋଇଯାଇଥିଲେ । ଏଥତ୍ସହିତ ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଆଜି ବ୍ଲକ ପଶୁ ଚିକିତ୍ସା ଅଧତ୍କାରୀ ଓ ରାଜସ୍ବ ନିରୀକ୍ଷକ ବିପନ୍ନ ପରିବାର ନିକଟରେ ପହଁଚି ସମବେଦନା ଜଣାଇଛନ୍ତି । ଖବରପାଇ ରାଜନଗର ବିଧାୟକ ଧ୍ରବ ସାହୁ, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ପୂର୍ବତନ ସରପଂଚ ଶ୍ରୀକାନ୍ତ ପ୍ରଧାନ, ସମିତିସଭ୍ୟା ଉତମା ସେଠୀ, , ନିରାକାର ସ୍ବାଇଁ, ସୁରେନ୍ଦ୍ର ସେଠୀ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କୁମାର ଜେନା, ସରପଂଚ ସମୀର କୁମାର ସେଠୀ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବିଧାୟକ ଆର୍ଥିକ ସହାୟତା ଦେବା ସହିତ ବିପନ୍ନ ପରିବାରକୁ କିପରି ସମସ୍ତ ସରକାରୀ ସହାୟତା ଯୁଦ୍ଧକାଳୀନ ଭିତିରେ ମିଳିବ, ସେ ନେଇ ଜିଲ୍ଲା ପ୍ରଶାସନ ସହ କଥା ହୋଇଛନ୍ତି ।  ବିଧାୟକ ଙ୍କ ତ୍ୱରିତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
Govt
Leave A Reply