ରାଜକନିକା ୨୨/୩ : ରାଜକନିକା ବ୍ଲକ ଅଧିନସ୍ଥ ଦେଉଳତରା ପାଟଣା ଗ୍ରାମର ହରି ବାରିକଙ୍କ ଘର ପଛ ପଟରୁ ଆଜି ସାଢ ପାଞ୍ଚ ଫୁଟର ଦୁଇଟି ଗୋଖର ସାପ ଉଦ୍ଧାର
କରାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ଅପରାହ୍ନ ତିନିଟା ବେଳେ ଦୁଇଟି ବିଶାଳ ସାପ ବୁଲୁଥିବାର ଘର ଲୋକେ ଦେଖିଥିଲେ।ସାପ ଦୁଇଟି ଏମିତି ଗର୍ଜନ କରୁଥିଲେ ଯେ ସାଧାରଣ ସାପ ନୁହେଁ ବୋଲି ଜଣା ପଡିଥିଲା।
ଏଣୁ ଘର ଲୋକେ ସାପକୁ ଦେଖି ଭୟଭୀତ ହୋଇ ପଡିଥିଲେ।ସଙ୍ଗେ ସଙ୍ଗେ ଆଳିର ସାପ ଧରାଳି କେଶବ ସିଂଙ୍କ ସହ ଯୋଗାଯୋଗ କରିବାରୁ ସେ ତୁରନ୍ତ ପହଞ୍ଚି ସାପ ଦୁଇଟିକୁ ଧରି ଏକ ପ୍ଲାଷ୍ଟିକ ଜାରରେ ପୁରାଇ ନେଇଯାଇଥିଲେ।ସାପ ଦୁଇଟିର ଲମ୍ବ ସାଢେ ପାଞ୍ଚ ଫୁଟ ହୋଇଥିବା
ବେଳେ ଗୋଖର ପ୍ରଜାତିର ବୋଲି କେଶବ କହିଥିଲେ।ସାଧାରଣତଃ ଏହି ଗୋଖର ସାପର ବିଷଧର ଵୋଲି ଜଣାପଡିଛି।ସାପ ଦୁଇଟି ଧରିବା ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇପଡିଥିଲେ।ଦୁଇଟି ସାପ ଧରା ହେବା ପରେ ଆହୁରି ଅନେକ ସାପ ଥାଇ ପାରନ୍ତି ଵୋଲି ହରି ବାରିକ ଆଶଙ୍କା ପ୍ରକାଶ କରିଛନ୍ତି।