ରାଜକନିକା ବିଜେପି ଦ୍ଵାରା ୨୭ନମ୍ଵର ଜୋନ ପଶ୍ଚିମ କନିକା ମଣ୍ଡଳରେ “ମୋ ମାଟି, ମୋ ଦେଶ, ମାଟିକୁ ନମନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମ l କିଛି ବିଜେପି ର ବରିଷ୍ଠ କର୍ମୀ ଓ ସହୀଦ ଯବାନ ମଲିକ ଙ୍କ ଧର୍ମ ପତ୍ନୀ ଓ ପୁତ୍ର ଅନୁପସ୍ଥିତି
ରାଜକନିକା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଦେଶରେ “ମୋ ମାଟି, ମୋ ଦେଶ, ମାଟିକୁ ନମନ, ବୀରଙ୍କୁ ବନ୍ଦନ” ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନ ମାନଙ୍କ ପାଇଁ କାର୍ଯ୍ୟକ୍ରମ ଆଜି କାରଗୀଲ୍ ଅମର ସହିଦ୍ ଜବାନ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ଏନ୍ତୁଡ଼ିଶାଳର ମାଟି ଦିଲ୍ଲୀର ଅମୃତ ବାଟିକା ପାଇଁ ସଂଗୃହିତ କରାଯାଇଛି । କାର୍ଗିଲ ଅମର ସହିଦ୍ ଯବାନ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ନିଜ ଜନ୍ମ ମାଟି ରାଜକନିକାର କଣ୍ଡିଆ ଗ୍ରାମରୁ ପ୍ରଥମେ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ମାଧ୍ୟମରେ ସହିଦ୍ ମଲ୍ଲିକଙ୍କ ଏନ୍ତୁଡ଼ିଶାଳରୁ ମାଟି ସଂଗ୍ରହ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ସହିଦ୍ ମଲ୍ଲିକଙ୍କ ସାନବାପା ଅକ୍ଷୟ ମଲ୍ଲିକଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କଣ୍ଡିଆ ଗ୍ରାମର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯାଇ ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ କୀର୍ତ୍ତନ ତାଳେ ତାଳେ ଏକ ଶୋଭାଯାତ୍ରାରେ ଆସି କଣ୍ଡିଆଫାଣ୍ଡି ଛକ ନିକଟ ସହିଦ୍ ସଚ୍ଚିଦାନନ୍ଦଙ୍କ ସ୍ମୃତିସ୍ତମ୍ଭ ନିକଟରେ ପହଞ୍ଚି ସହିଦ୍ ମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ମହା ଆଡମ୍ବରରେ ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଏହି ସହିଦ୍ ମାଟି ସତେ ଯେପରି ମନେ ପକାଇ ଦେଉଥିଲା ୧୯୯୯ ମସିହା ସେଦିନର ସେହି କାର୍ଗିଲ ଯୁଦ୍ଧର ଗାଥା । ମଥା ନୁଆଁଇ ନମନ କରି ଛଳ ଛଳ ଆଖିରେ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକ ଅମର ରହେ, ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହେଉଥିଲା ସାରା ଅଞ୍ଚଳ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଥାନୀୟ ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟି ୨୭ ନମ୍ଵର ଜୋନ ପଶ୍ଚିମ କନିକା ମଣ୍ଡଳ ସଭାନେତ୍ରୀ ଅନୁରାଧା ସାମଲଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମି ରଞ୍ଜନ ବେହୁରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ଆଶାଲତା ପଟ୍ଟନାୟକ, ଜିଲ୍ଲା ଉପସଭାପତି ଗଗନ ବିହାରୀ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଦୁର୍ଯ୍ୟୋଧନ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କାନନ ବାଳା ଦାସ, ୨୭ନମ୍ବର ଜୋନ ସଭାପତି ବିଶ୍ୱଜିତ ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।କିନ୍ତୁ ବିଜେପି ର କିଛି ବରିଷ୍ଠ କର୍ମୀ ଅନୁପସ୍ଥିତି ଥିବା ବେଳେ ମଧ୍ୟ ସହୀଦ ମଲିକ ଯବାନ ଙ୍କ ଧର୍ମ ପତ୍ନୀ ଓ ତାଙ୍କ ପୁତ୍ର ଅନୁପସ୍ଥିତି ଦେଖିବାକୁ ମିଳିଥିଲା ଯାହା କିଛି କଥା ସେଠାରେ ସ୍ପଷ୍ଟ ପରି ଲିଖିତ ହଉଥିଲେ ମଧ୍ୟ କାର୍ଯ୍ୟକ୍ରମ ଚାଲିବାରେ କିଛି ପ୍ରତିବଦ୍ଧତା ନଥିଲା l