Odisha news

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ଦିନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଉପରେ ଦୋଷାରୋପ , ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ବିଳମ୍ବ କରୁଛନ୍ତି ରାଜ୍ୟପାଳ: ଗେହଲଟ୍

0

ଜୟପୁର: ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବିଧାନସଭା ଅଧିବେଶନ ଡାକୁ ନାହାନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ଦିନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଉପରେ ଦୋଷାରୋପ କରି କହିଛନ୍ତି‌ ।

ଗେହଲଟ୍ କହିଛନ୍ତି, ସୋମବାର ଠାରୁ ଆମେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ଚାହୁଁଛୁ। ସେତେବେଳ ସବୁ କଥା ସ୍ପଷ୍ଟ ହୋଇଯିବ। ମୁଁ ରାଜ୍ୟପାଳଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଏ ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁରୋଧ କରିଥିଲି। ଏବେ ଆମେ ତାଙ୍କୁ ଭେଟିବାକୁ ଯିବୁ।

କରୋନାଭାଇରସ୍ ଏବଂ ରାଜନୈତିକ ପରିସ୍ଥିତି ସମେତ କେତେଗୁଡ଼ିଏ ସମସ୍ୟା ବିଷୟରେ ଆଲୋଚନା କରିବାକୁ ବିଧାନସଭା ଅଧିବେଶନ ଡକାଇବାକୁ ଚାହାଁନ୍ତି ବୋଲି ‌ଗେହଲଟ୍ କହିଛନ୍ତି।

ଗତରାତିରେ ଆଦେଶ ଜାରି ହେବ ବୋଲି ସେ ଆଶା କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ଆଦେଶ ଆସିଲା ନାହିଁ । କାହା ଚାପ ଯୋଗୁଁ ରାଜ୍ୟପାଳ ଅଧିବେଶନ ଡକାଉ ନାହାନ୍ତି ଆମେ ବୁଝି ପାରୁନାହୁଁ। ଯଦି ଆସନ୍ତାକାଲି ଲୋକେ ରାଜଭବନ ଘେରାଉ କରିବାକୁ ଆସନ୍ତି, ସେଥିପାଇଁ ଆମେ ଦାୟୀ ହେବୁନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦେଶ ଜାରି ନ ହେଲେ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁରୋଧ କରିବା ପାଇଁ ବିଧାୟକମାନେ ରାଜଭବନରେ ରାଜ୍ୟପାଳ ମିଶ୍ରଙ୍କୁ ‌ସାକ୍ଷାତ୍ କରିବେ।

Leave A Reply