Odisha news

କେରେଜଙ୍ଗ ଷ୍ଟେସନରେ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ:

0

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ ଏବଂ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ତିନିଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରିବ |


ତାଳଚେର-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଅନୁଗୁଳ-କେରେଜଙ୍ଗ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନକୁ ଗୋଟିଏ ଦିନ ପାଇଁ ଉଭୟ ଦିଗରୁ ବାତିଲ କରାଯାଉଥିବାବେଳେ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ କୁ ତିନି ଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି |

08494/08493 ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ତା’ 8 ଜାନୁଆରୀ, 2021 ରିଖ ଦିନ ବାତିଲ ରହିବ |

ସେହିଭଳି, 6 ଏବଂ 7 ଜାନୁଆରୀ, 2021 ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା 02862 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍ ଏହାର ନିର୍ଧାରିତ ସମୟ ଅପରାହ୍ନ ୧ଘ.୪୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୦ମି.ରେ ଛାଡିବ ଏବଂ 8 ଜାନୁଆରୀ, 2021 ରିଖ ଦିନ ଏହି ଟ୍ରେନ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୩ଘ.୫୫ମି.ରେ ଛାଡିବ |

Leave A Reply