ବିଶେଷ ସୂଚନା : ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ଟ୍ରେନ ବାତିଲ ହେବ , ତିନିଟି ଦୂରଗାମୀ ଟ୍ରେନ ତିରୁପତି ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ
ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକIଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲକୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ଡିସେମ୍ବର ମାସ ୧୯ ତାରିଖ ଦିନ ଏବଂ ତିରୁପତିରୁ ଡିସେମ୍ବର ମାସ ୨୦ ତାରିଖ ଦିନ ବାତିଲ ରହିବ।
02659 ନାଗରକୋଏଲ-ଶାଲୀମାର ବିଶେଷ ଏକ୍ସପ୍ରେସ ନାଗରକୋଏଲରୁ ଡିସେମ୍ବର ମାସ ୨୦ ତାରିଖ ଦିନ, 02890 ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୧ ତାରିଖ ଦିନ ଏବଂ 02836 ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୫ ତାରିଖ ଦିନ ତିରୁପତି ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି କାଟପାଡି-ରେନିଗୁଣ୍ଟା-ଗୁଡୁର ଷ୍ଟେସନ ଦେଇ ଚଳାଚଳ କରିବ।
