ପୂର୍ବ ତଟ ରେଳପଥ ମଧ୍ୟ ଦେଇ ଆହୁରି ତିନି ଯୋଡ଼ା ବିଶେଷ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି | ଏଗୁଡ଼ିକ ହେଉଛି – ନାଗରକୋଏଲ-ଶାଲିମIର-ନାଗରକୋଏଲ, ତ୍ରିଭାନ୍ଦ୍ରମ୍-ଶାଲିମIର-ତ୍ରିଭାନ୍
01. 02659/02660 ନାଗରକୋଏଲ-ଶାଲିମIର-ନାଗରକୋଏଲ ସାପ୍ତାହିକ ବିଶେଷ |
02659 ନାଗରକୋଏଲ-ଶାଲିମIର ସ୍ପେଶାଲ୍ 22 ନଭେମ୍ବର, ୨୦୨୦ ଠାରୁ ପ୍ରତ୍ୟେକ ରବିବାର ଦିନ ନାଗରକୋଏଲ ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡିବ ଏବଂ 02660 ଶାଲିମାର-ନାଗରକୋଏଲ ସ୍ପେଶାଲ୍ 25 ନଭେମ୍ବର, ୨୦୨୦ ଠାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଶାଲିମାରରୁ ପ୍ରତ୍ୟେକ ବୁଧବାର ଦିନ ରାତ୍ର ୧୧ଘ.୫୦ମି.ରେ ଛାଡିବ |
02. 02641/02642 ତ୍ରିଭାନ୍ଦ୍ରମ୍-ଶାଲିମIର-ତ୍ରିଭାନ୍
02641 ତ୍ରିଭାନ୍ଦ୍ରମ୍-ଶାଲିମIର ବିଶେଷ ଟ୍ରେନ 28 ନଭେମ୍ବର, 2020 ଠାରୁ ତ୍ରିଭାନ୍ଦ୍ରମରୁ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଅପରାହ୍ନ ୪ଘ.୫୫ମି. ରେ ଛାଡିବ ଏବଂ 02642 ଶାଲିମIର-ତ୍ରିଭାନ୍ଦ୍ରମ୍ ବିଶେଷ ଟ୍ରେନ ଶାଲିମାରରୁ 1 ଡିସେମ୍ବର, ୨୦୨୦ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏବଂ ମଙ୍ଗଳବାର ଦିନ ରାତ୍ର ୧୧ଘ. ୫୦ମି.ରେ ଛାଡିବ |
03. 02643/02644 ଏର୍ଣ୍ଣାକୁଲମ-ପାଟନା-ଏର୍ଣ୍ଣାକୁଲମ ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ |
02643 ଏର୍ଣ୍ଣାକୁଲମ-ପାଟନା ବିଶେଷ ଟ୍ରେନ ଏର୍ଣ୍ଣାକୁଲମରୁ 23 ନଭେମ୍ବର, 2020 ଠାରୁ ପ୍ରତି ସୋମବାର ଓ ମଙ୍ଗଳବାର ଦିନ ଅପରାହ୍ନ ୫ଘ.୫୫ମି.ରେ ଛାଡିବ ଏବଂ 02644 ପାଟନା-ଏର୍ଣ୍ଣାକୁଲମ ବିଶେଷ ଟ୍ରେନ ପାଟନା ଠାରୁ 26 ନଭେମ୍ବର, 2020 ଠାରୁ ପ୍ରତ୍ୟେକ ଗୁରୁବାର ଏବଂ ଶୁକ୍ରବାର ଦିନ ଅପରାହ୍ନ ୨ ଘଟିକାରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଛାଡିବ |