Odisha news

କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ଶ୍ରେଷ୍ଠ ସ୍ଥାନ ରେ ପହଞ୍ଚାଇଥାଏ : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ

0

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପଥର କର୍ମଚାରୀ ଓ ଅଧିକାରୀମାନଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବା ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ଇଛାଶକ୍ତି ଓ ପ୍ରଗତିଶୀଳ ମନୋଭାବ ପାଇଁ ପ୍ରଶଂସା କରିଛନ୍ତି | ଏଥିପାଇଁ ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ଶ୍ରେଷ୍ଠ ସାମଗ୍ରିକ ପ୍ରଦର୍ଶନ ପାଇଁ ସମ୍ମାନଜନକ ଗୋବିନ୍ଦ ବଲ୍ଲଭ ପନ୍ତ ସିଲ୍ଡ, 2020 ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛି |

ରେଳପଥର କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ବିଦ୍ୟା ଭୂଷଣ କହିଛନ୍ତି ଯେ ରେଳବାଇର କର୍ମଚାରୀ ମାନଙ୍କର  ନିରନ୍ତର ଉଦ୍ୟମ ଏବଂ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ପୂର୍ବତଟ ରେଳପଥ ଆକାଉଣ୍ଟସ୍ ଆଣ୍ଡ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଲ୍ଡ,, ଟ୍ରାଫିକ୍ ଟ୍ରାନ୍ସପୋର୍ଟ ସିଲ୍ଡ ଏବଂ ସେଲ୍ସ ମ୍ୟାନେଜମେଣ୍ଟ ସିଲ୍ଡ ପାଇବା ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି | ଏହି ସିଲ୍ଡ,ଗୁଡିକ ହେଉଛି ଆମର କର୍ମଚାରୀ ଓ ଅଧିକାରୀଙ୍କ ଉତ୍ସର୍ଗ, କଠିନ ପରିଶ୍ରମ ଏବଂ ସଫଳତାର ସ୍ୱୀକୃତି |

ଶ୍ରୀ ବିଦ୍ୟାଭୂଷଣ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୦୩ ମସିହା ଭାରତୀୟ ରେଳାବାଇରେ 200MT (ନିୟୁତ ଟନ୍) ରୁ ଅଧିକ ପଣ୍ୟ ପରିବହନ କରି 17 ଟି ରେଳ ଜୋନ୍ ମଧ୍ୟରେ ଶ୍ରେଷ୍ଠ ଜଣ ଭାବେ ଇତିହାସ ସୃଷ୍ଟି କରିଛି ଏବଂ ଏହା ମଧ୍ୟ ଆୟ ତୁଳନାରେ ବ୍ୟୟ 51.34 ଶତକଡା ହାସଲ କରିଛି |

ଶ୍ରୀ ବିଦ୍ୟାଭୂଷଣ ମଧ୍ୟ କୋଭିଡ ବିପତ୍ତି ସମୟରେ ପୂର୍ବତଟ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ କୋଭିଡ୍ -19 ଚ୍ୟାଲେଞ୍ଜ ମାଧ୍ୟମରେ ପ୍ରତିବଦ୍ଧତା ସହ କାର୍ଯ୍ୟ କରି ଦେଶର ସମସ୍ତ କୋଣ ଅନୁକୋଣକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି କରୋନା ଲଢେଇରେ ନିଜକୁ ସାମିଲ କରିଛନ୍ତି |

ଭାରତୀୟ ରେଳପଥରେ ପୂର୍ବତଟ ରେଳପଥର ଶ୍ରେଷ୍ଠତାକୁ ସର୍ବୋତ୍ତମ ରଖିବା ଲକ୍ଷ୍ୟ ଏବଂ ଅତୀତର କାର୍ଯ୍ୟଦକ୍ଷତାକୁ ଅତିକ୍ରମ କରି ଜନସାଧାରଣ ଓ ରେଳମନ୍ତ୍ରଣାଳୟର ଆଶା ଓ ଆକାଂକ୍ଷାକୁ ନିଶ୍ଚିତ କରିବାକୁ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି  |

Leave A Reply