Odisha news

ଭାରତୀୟ ରେଳାବାଇରେ ପ୍ରଥମ ରୋଡ୍ ଓଭର ବ୍ରିଜ୍ (ROBs) ର ନିର୍ମାଣ ପାଇଁ ଚୁକ୍ତିନାମ

0
● ପୂର୍ବ ତଟ ରେଳପଥ ହେଉଛି ପ୍ରଥମ ରେଳବାଇ ଯାହାକି ରୋଡ୍ ଓଭର ବ୍ରିଜ୍ ନିର୍ମାଣର କାର୍ଯ୍ୟ ନିର୍ବାହ ପାଇଁ PSU ସହିତ ଚୁକ୍ତିନାମା କାର୍ଯ୍ୟକାରୀ କରିଛି |

● ଉଭୟ ରେଳ ଏବଂ ସଡକ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ସର୍ବାଧିକ ପ୍ରାଥମିକତା ଦିଆଯାଉଅଛି |
● ରୋଡ୍ ଓଭର ବ୍ରିଜ୍ ନିର୍ମାଣ ଲେଭଲ କ୍ରସିଂକୁ ଅପସାରଣ କରିବ |

● ଛଅ ଗୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ 436.87 କୋଟି ଟଙ୍କା ଖର୍ଚ ହେବ |

ଉଭୟ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ପ୍ରତିବଦ୍ଧ | ଟ୍ରେନ୍ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ଏବଂ ଉଭୟ ରେଳ ଏବଂ ସଡକ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା ପାଇଁ ଲେଭଲ୍ କ୍ରସିଂ ଗେଟ୍ କୁ ଅପସାରଣ କରିବା ସହ ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି |

ଏହି ଲକ୍ଷ୍ୟ ହାସଲ କରିବାକୁ, 17 ନଭେମ୍ବର, 2020 ରେ ପୂର୍ବ ତଟ ରେଳବାଇ ଏବଂ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଆଇଏଲ) ମଧ୍ୟରେ ଏକ ସ୍ମାରକପତ୍ର (MOU) ସ୍ୱାକ୍ଷରିତ ହୋଇଛି ଯେଉଁଥିରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନର  ରାଣୀତାଲ – ଜେନାପୁର ରେଳ ଷ୍ଟେସନ ମଧ୍ୟରେ ଛଅଟି ରୋଡ଼ ଓଭର ବ୍ରିଜ ROB ନିର୍ମାଣ କାର୍ଯ୍ୟ କାର୍ଯ୍ୟକାରୀ ହେବ।

ଛଅଟି ରୋଡ଼ ଓଭର ବ୍ରିଜ ROB ନିର୍ମାଣ ପାଇଁ ହୋଇଥିବା ଚୁକ୍ତିନାମା ଅନୁଯାଇ ପ୍ରାୟ 436.87 କୋଟି ଟଙ୍କା ମୂଲ୍ୟରେ କମ୍ପୋଜିଟ୍ ଚୁକ୍ତିନାମା ଆଧାରରେ ଗୋଟିଏ ପକ୍ଷକୁ ସ୍ୱାକ୍ଷରିତ ହୋଇଛି | ପୂର୍ବ ତଟ ରେଳପଥର ପ୍ରମୁଖ ଇଞ୍ଜିନିୟର ଶ୍ରୀ ନରୋତ୍ତମ ସିଂ ଉଇକେଙ୍କ ଉପସ୍ଥିତିରେ ଟିସିଆଇଏଲ ର ଜେନେରାଲ୍ ମ୍ୟାନେଜର ଅନୀଲ କୁମାର ଏବଂ ପୂର୍ବତଟ ରେଳପଥର ମୁଖ୍ୟ ଜେନେରାଲ୍ ଇଞ୍ଜିନିୟର ଶ୍ରୀ ବ୍ରିଜେଶ ମିଶ୍ର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ନିର୍ମାଣ ହେବାକୁ ଥିବା ରୋଡ଼ ଓଭର ବ୍ରିଜ ଗୁଡିକ ହେଉଛି (01) ରାଣୀତାଲ ଓ ଭଦ୍ରକ ଷ୍ଟେସନ ମଧ୍ୟରେ ଥିବା ଲେଭଲ୍ କ୍ରସିଂ (LC) ନମ୍ବର 118 ଠାରେ, (02) କେନ୍ଦୁଆପଦା ଏବଂ ମଞ୍ଜୁରୀ ରୋଡ୍ ଷ୍ଟେସନ୍ ମଧ୍ୟରେ ଥିବା LC ନମ୍ବର 125 ଠାରେ, (3) ମଞ୍ଜୁରୀ ରୋଡ୍ ଏବଂ ବୈତରଣୀ ରୋଡ଼ ମଧ୍ୟରେ ଥିବା LC ନମ୍ବର 129 ଠାରେ, (4) ବୈତରଣୀ ରୋଡ଼ ଏବଂ କୋରେଇ ହଲ୍ଟ ଷ୍ଟେସନ୍ ମଧ୍ୟରେ LC ନମ୍ବର 136 ଠାରେ, (5) ଯାଜପୁର କେନ୍ଦୁଝର ରୋଡ଼ ଓ ଯଖପୁରା ମଧ୍ୟରେ ଥିବା LC ନମ୍ବର 142 ଠାରେ ଏବଂ (6) ଯଖପୁରା ଓ ଜେନାପୁର ଷ୍ଟେସନ ମଧ୍ୟରେ ଥିବା LC ନମ୍ବର 147 ଠାରେ |

ଏହି ରୋଡ଼ ଓଭର ବ୍ରିଜ ROB ଗୁଡ଼ିକ ପାଇଁ କାର୍ଯ୍ୟ ରେଳବାଇ ବୋର୍ଡ ଦ୍ୱାରା ଟିସିଆଇଏଲ କୁ ଦିଆଯାଇଛି ଏବଂ ପ୍ରକଳ୍ପ ମୂଲ୍ୟ ଉପରେ ଟିସିଆଇଏଲ କୁ ମ୍ୟାନେଜମେଣ୍ଟ ପାଉଣା ବାବଦରେ 3.64% ପ୍ରଦାନ କରାଯିବ | ରେଳ ବୋର୍ଡ ସ୍ତରରେ କାର୍ଯ୍ୟକାରିତା ଏବଂ ମାନକ ଚୁକ୍ତିନାମା ଚୂଡାନ୍ତ ହୋଇଛି ଏବଂ ଟିସିଆଇଏଲ ସହିତ ପରାମର୍ଶ କରି ପୂର୍ବ ତଟ ରେଳପଥ ଦ୍ୱାରା କାର୍ଯ୍ୟ ନିର୍ଦ୍ଦିଷ୍ଟ ଏମଓୟୁ ସ୍ୱାକ୍ଷରିତ ହୋଇଛି |

ପୂର୍ବ ତଟ ରେଳପଥ ହେଉଛି ପ୍ରଥମ ରେଳବାଇ ଯାହାକି ରୋଡ୍ ଓଭର ବ୍ରିଜ୍ ନିର୍ମାଣର କାର୍ଯ୍ୟ ନିର୍ବାହ ପାଇଁ PSU ସହିତ ଚୁକ୍ତିନାମା କାର୍ଯ୍ୟକାରୀ କରିଛି |


Nalco
Leave A Reply