ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ଜରାଇକେଲା – ମନୋହରପୁର ଡାଉନଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ରେଳ ଚଳାଚଳରେ ପରିବର୍ତ୍ତନ।
ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଜରାଇକେଲା – ମନୋହରପୁର ଡାଉନଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ସେବା ନିମ୍ନଲିଖିତ ଭାବରେ ପ୍ରଭାବିତ ହେବ:
ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ:
୧. ହାଓଡ଼ାରୁ ଛାଡୁଥିବା ଟ୍ରେନ୍ ନମ୍ବର ୧୨୮୭୧ ହାଓଡ଼ା-ଟିଟଲାଗଡ଼ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୨୨୮୬୧ ହାଓଡ଼ା-କଣ୍ଟାବାଜି ଇସ୍ପାତ ଏକ୍ସପେସ୍ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ଟାଟାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ୍ ପାଇଁ ଟାଟାରୁ ଟିଟଲାଗଡ଼ ଏବଂ ଟାଟାରୁ କଣ୍ଟାବାଞ୍ଜି ମଧ୍ୟରେ ଟ୍ରେନ୍ ସେବା ବାତିଲ ରହିବ।
୨. ଟିଟଲାଗଡ଼ରୁ ଛାଡୁଥିବା ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାଓଡ଼ା ଏକ୍ସପ୍ରେସ ଏବଂ କଣ୍ଟାବାଞ୍ଜିରୁ ଛାଡୁଥିବା ଟ୍ରେନ ନମ୍ବର ୨୨୮୬୨ କଣ୍ଟାବାଜି – ହାଓଡ଼ା ଇସ୍ପାତ ଏକ୍ସପ୍ରେସ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ରାଉରକେଲାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ ପାଇଁ ରାଉରକେଲାରୁ ହାଓଡ଼ା ମଧ୍ୟରେ ଟ୍ରେନ ସେବା ବାତିଲ ରହିବ।
ଟ୍ରେନର ମାର୍ଗ ପରିବର୍ତ୍ତନ:
ତାରିଖ ୨୯.୦୮.୨୦୨୫ ,୦୫.୦୯.୨୦୨୫ ,୧୨.୦୯.୨୦୨୫,୧୯.୦୯.୨୦୨୫,୨୬.୦୯.