Odisha news

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ 

0

ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ବାବା ସାହେବ ଡ଼. ବି.ଆର.ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |  ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ସିଦ୍ଧାର୍ଥ କାଟି ଏବଂ ଉପ ମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀ ସୁରେଶ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ମହାପରିନିର୍ବାଣ ଦିବସ ପାଳନ କରିବା ଅବସରରେ ବାବା ସାହେବଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

Leave A Reply