ରେଳ ମନ୍ତ୍ରଣାଳୟ ପକ୍ଷରୁ କାମାକ୍ଷା (ଗୌହାଟୀ) ଓ ଯଶୋବନ୍ତପୁର (ବାଙ୍ଗାଲୋର) ଏବଂ ସନ୍ତ୍ରାଗାଛି (କଲିକତା) ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ସ୍ୱତନ୍ତ୍ର ଏସି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି।
କାମାକ୍ଷା – ଯଶୋବନ୍ତପୁର ସାପ୍ତାହିକ ଏସି ବିଶେଷ ଟ୍ରେନ l
02552 କାମାକ୍ଷା – ଯଶୋବନ୍ତପୁର ସାପ୍ତାହିକ ଏସି ଟ୍ରେନ ଅକ୍ଟୋବର ମାସ ୧୪ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାମାକ୍ଷା ଠାରୁ ପ୍ରତି ବୁଧବାର ଅପରାହ୍ନ ୨ ଘଟିକାରେ ଛାଡି ଯଶୋବନ୍ତପୁର ଠାରେ ଶୁକ୍ରବାର ସନ୍ଧ୍ୟା ୬ଘ.୨୫ମି.ରେ ପହଞ୍ଚିବ l ଫେରିବା ଦିଗରେ, 02551 ଯଶୋବନ୍ତପୁର-କାମାକ୍ଷା ଏସି ସ୍ପେଶାଲ୍ ଅକ୍ଟୋବର ମାସ ୧୭ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ସକାଳ ୮ଘ.୩୦ମି.ରେ ଛାଡି କାମାକ୍ଷା ଠାରେ ଷୋମବାର ଦିନମାନଙ୍କରେ ପହଞ୍ଚିବ l
ଏହି ଟ୍ରେନ୍ରେ ଗୋଟିଏ ପ୍ରଥମ ଏସି, ଚାରିଟି ଏସି-୨ ଟାୟାର, ୧୨ଟି ଏସି -3 ଟାୟାର, ଦୁଇଟି ଗାର୍ଡ କମ ଜେନେରେଟର ଭ୍ୟାନ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଥିବାବେଳେ କାମାକ୍ଷା ଓ ଯଶୋବନ୍ତପୁର ମଧ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବା ସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ବିଜୟନଗରମ ଷ୍ଟେସନ ମାନଙ୍କରେ ରହଣି କରିବ l
ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ଦ୍ବି-ସାପ୍ତାହିକ ଏସି ବିଶେଷ ଟ୍ରେନ l
02807 ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ ଦ୍ୱି-ସାପ୍ତାହିକ ଏସି ସ୍ପେସିଆଲ୍ ଟ୍ରେନ ଅକ୍ଟୋବର ମାସ ୧୬ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସନ୍ତ୍ରାଗାଛି ଠାରୁ ପ୍ରତି ମଙ୍ଗଳ ଓ ଶୁକ୍ରବାର ଦିନମାନଙ୍କରେ ସନ୍ଧ୍ୟା ୭ଘ.୦୫ମି.ରେ ଛାଡି ଚେନ୍ନାଇ ଠାରେ ତା’ପରଦିନ ମାନଙ୍କରେ ରାତ୍ର ୧୦ଘ.୪୫ମି.ରେ ପହଞ୍ଚିବ | ଫେରିବା ଦିଗରେ, 02808 ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି ଦ୍ୱି-ସାପ୍ତାହିକ ଏସି ସ୍ପେସିଆଲ୍ ଅକ୍ଟୋବର ମାସ ୧୮ ତାରିଖ ଠାରୁ ଚେନ୍ନାଇ ଠାରୁ ପ୍ରତି ଗୁରୁବାର ଏବଂ ରବିବାର ଦିନ ସକାଳ ୦୮ଘ.୦୫ମି.ରେ ଛାଡି ସନ୍ତ୍ରାଗାଛି ଠାରେ ତା’ପରଦିନ ମାନଙ୍କରେ ପୂର୍ବାହ୍ନ ୧୦ଘ.୩୦ମି.ରେ ପହଞ୍ଚିବ |
ଏହି ଟ୍ରେନ ସନ୍ତ୍ରାଗାଛି ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଉଭୟ ଦିଗରୁ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା ଓ ଗୁଡ଼ୁର ଷ୍ଟେସନ ମାନଙ୍କରେ ରହଣି କରିବ |
