ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ସହିତ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଏବଂ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଅଛି |
ଏହି ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ମୁଖ୍ୟାଳୟ ସହିତ ରେଳମଣ୍ଡଳ ମାନଙ୍କରେ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିବାବେଳେ ବିଭିନ୍ନ କ୍ରିଡା ଆୟୋଜନ କରଯାଇଥିଲା |
ଏହି ଅବସରରେ ସଚେତନତା ପାଇଁ ମୁଖ୍ୟାଳୟ, ରେଳମଣ୍ଡଳ ଓ ଗୁରୁତ୍ବପୂର୍ଣ ଷ୍ଟେସନ ମାନଙ୍କରେ ବ୍ୟାନର ଲଗାଯାଇଥିବା ସହିତ ଷ୍ଟେସନ ମାନଙ୍କରେ ଯାତ୍ରୀ ସୂଚନା ଘୋଷଣା ମଧ୍ୟରେ ଜନଜାତୀୟ ଗୌରବ ଦିବସ ସମ୍ବନ୍ଧରେ ଅଡିଓ ବଜାଇ ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା | ଏହା ବ୍ଯତୀତ ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କ ମଧ୍ୟରେ ଫୁଟବଲ କ୍ରିଡା ଆୟୋଜନ କରଯାଇଥିଲା |
