ବ୍ରହ୍ମପୁର,୨୪।୫: ରାମନଗର ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପରିନଥିବା ବେଳେ ତାଙ୍କ ବୟସ ୪୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି ା ନୂତନ ରେଲେୱ କଲୋନୀ ନିକଟ ରେଳଧାରଣାରେ ଏକ ମୃତ ଦେହ ପଡ଼ିଥିବା ଖବରପାଇବା ପରେ ସରକାରୀ ରେଳବାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ା ପୁଲିସ ରେଳଧାରଣାରୁ ମୃତ ଦେହ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲକୁ ପଠାଇଥିଲା ା ଏ ନେଇ ଥାନାରେ କେସ ନଂ ୩୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ା ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ କରିବାକୁ ପୁଲିସ ଚେଷ୍ଟା ଜାରି ରଖିଛି ା ଆଜି ଦିନ ୧୧ଟା ବେଳେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଚଳନ୍ତା ଟ୍ରେନ ଧକ୍କାରେ ଏହି ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି
