ନୂଆଦିଲ୍ଲୀ : ଭାରତୀୟ ରେଳ ମାଲ ଗାଡି ମାନଙ୍କ ଦ୍ୱାରା ଅଧିକ ଜିନିଷ କମ ସମୟରେ ପହଞ୍ଚାଇବା ପାଇଁ ବଡ ସଫଳତା ହାସଲ କରିଛି l ଭାରତୀୟ ରେଳ “ମେକ ଇନ ଇଣ୍ଡିଆ “ର ସ୍ୱପ୍ନକୁ ସାକାର କରିବାକୁ ଯାଇ ସବୁଠୁ ଶକ୍ତିଶାଳୀ ଇଞ୍ଜିନ WAG-12 ଇଞ୍ଜିନ ତିଆରି କରିଛି ,ଯାହା ୧.୫ କିଲୋମିଟର ଲମ୍ବର ମାଲ ବାହି ଗାଡିକୁ ଏକୁଟିଆ ଟାଣିବ l ଏହାର ସବୁଠାରୁ ବଡ ପ୍ରାଧାନ୍ୟ ହେଲା ଯେ ଏହି ଇଞ୍ଜିନ ୧୨୦୦୦ ହର୍ଷ ପାୱାର ବିଶିଷ୍ଟ ଅଟେ l ଏହା ରେଳବାଇର ଉନ୍ନତିରେ ନୂଆ କ୍ରାନ୍ତି ଆଣିବା l ଯାହା ଦ୍ୱାରା ଭାରତୀୟ ରେଳବାଇର ବିକାଶର ରାସ୍ତା ଖୋଲିଯିବ l
ଏହା ଦ୍ୱାରା ବଡ଼ବଡ଼ ଉଦ୍ୟଗ ମାନଙ୍କୁ ଅଧିକ ଲାଭ ମିଳିବ କାରଣ ଏକୁଟିଆ ଗୋଟିଏ ଇଞ୍ଜିନ ୧୫୦ ଟି ମାଲ ବାହି ଡବାକୁ ଟାଣିବ ଏହି ଇଞ୍ଜିନ ଭାରତର ସବୁଠୁ ଶକ୍ତିଶାଳୀ ଇଞ୍ଜିନ ଅଟେ l ଏହାକୁ ବିହାରର ମଧେପୁରା ଅଞ୍ଚଳରେ ତିଆରି କର ଯାଉଛି l ଭାରତୀୟ ରେଳ ପକ୍ଷରୁ ପାଖାପାଖି ୮୦୦ ଟି ଇଞ୍ଜିନ ତିଆରି କରିବାର ଲକ୍ଷ ରଖାଯାଇଛି l ବର୍ତ୍ତମାନ ଏହା ହରିଆଣାର ହିସାରରେ ଲୋକୋ ପାଇଲଟଙ୍କୁ ଚଲାଇବାର ପ୍ରଶିକ୍ଷଣ ଦିଆଯାଉଛି l ହିସାରରେ ଦେଶର ଶକ୍ତିଶାଳୀ ଇଞ୍ଜିନ ବିଷୟରେ ତଥ୍ୟାଦେଇ ରେଳବାଇ ଷ୍ଟେସନର ଅଧିକ୍ଷକ କହିଛନ୍ତି ଯେ ଇଞ୍ଜିନରେ ଟ୍ରାଲ ମଧ୍ୟ ସଫଳ ହୋଇଛି l
ଏହି ଇଞ୍ଜିନଟି ୧୧ ସେପ୍ଟେମ୍ବରରେ ହିସାରରେ ପହଞ୍ଚି ଥିଲା l ହିସାରରେ ପହଂଚିବା ପରେ ଲୋକୋ ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି ଇଞ୍ଜିନରେ ସାମାନ୍ୟ ଗତି ୧୦୦ କିଲୋମିଟର ପ୍ରତି ଘଣ୍ଟା ଅଟେ l ଏହାକୁ ୧୨୦ କିଲୋମିଟର ପ୍ରତିଘଣ୍ଟା ଚାଲାଯାଇ ପାରିବ l ଏହାର ଲମ୍ବା ୩୫ ମିଟର ଅଟେ l ଏହି ଇଞ୍ଜିନ ଦ୍ୱାରା ଗୋଟିଏ ପଟେ ସମୟ ବଂଚିବା ସହିତ ଅନ୍ୟପଟେ ଅଧିକ ଜିନିଷପତ୍ର ମଧ୍ୟ ଯାଇ ପାରିବ l ଏହି ଇଞ୍ଜିନ ସମ୍ପୂର୍ଣ ଭାବେ ଏୟାର କଣ୍ଡିସନିଂ ଅଟେ ,ଏଥିରେ ପାଇଲଟ ମାନଙ୍କ ପାଇଁ ଗାଧୁଆ ଘର ସହିତ ପାଇଖାନାର ମଧ୍ୟ ବ୍ୟବସ୍ତା କରାଯାଇଛି l
