13 ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟ ଅନୁଗୁଳ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି |
ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ସହ କାର୍ଯ୍ୟକ୍ଷମ ଦୃଷ୍ଟିକୋଣରୁ ଟ୍ରେନ ପରିଚାଳନା ସୁବିଧା ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି |
ଏହି ଟ୍ରେନ୍ ଗୁଡିକ ହେଉଛି –08405/08406 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍, 02866/02865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍, 02879/02880 ଏଲଟିଟି- ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ସ୍ପେଶାଲ୍, 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍, 02093/02094 ଯୋଧପୁର-ପୁରୀ-ଯୋଧପୁର ସ୍ପେଶାଲ, 09209/09210 ଭାଲସାଦ-ପୁରୀ-ଭାଲସାଦ ସ୍ପେଶାଲ, 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ, 02827/02828 ପୁରୀ-ସୁରଟ-ପୁରୀ ସ୍ପେଶାଲ, 02037/02038 ପୁରୀ-ଅଜମେର-ପୁରୀ ସ୍ପେଶାଲ, 02813/028 ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ, 02855/02856 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ୱତନ୍ତ୍ର ଟ୍ରେନ, 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଏବଂ ଅନୁଗୁଳ-ଭଦ୍ରକ ମାର୍ଗ ଦେଇ ଚଳାଚଳ କରୁଥିବା 08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ
ଏହା ବ୍ୟତୀତ, ରେଢ଼ାଖୋଲ ଠାରେ 08405 ପୁରୀ-ଅହମ୍ମଦାବାଦ ସ୍ପେଶାଲ ଏବଂ ତାଲଚରରେ 08406 ଅହମ୍ମଦାବାଦ-ପୁରୀ ସ୍ପେଶାଲ, 02865 ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍ & 02879 ଏଲଟିଟି- ଭୁବନେଶ୍ୱର ସ୍ପେଶାଲ, ରେଢ଼ାଖୋଲରେ 02093 ପୁରୀ-ଯୋଧପୁର ସ୍ପେଶାଲ, 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ବୋଇଣ୍ଡା ଷ୍ଟେସନରେ ସମୟରେ ସଂଶୋଧନ କରାଯାଇଛି
ପୂର୍ବ ତଟ ରେଳବାଇ ଉପରୋକ୍ତ ଟ୍ରେନର ଯାତ୍ରୀମାନଙ୍କୁ ନିବେଦନ କରେ ଯେ ସେମାନେ ଏହି ପରିବର୍ତ୍ତିତ ସମୟ ସାରଣୀକୁ ଦୃଷ୍ଟିରେ ରଖିବା ସହିତ ସେହି ଅନୁଯାୟୀ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି |
Comments are closed.