ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଙ୍ଗନା କଲେ ଟ୍ୱିଟ :ଯେଉଁ ଭୁଲ ପୃଥିବୀ ରାଜ ଚୌହାନ କରିଥିଲେ ସେ ଭୁଲ କରନ୍ତୁ ନାହିଁ
ନୂଆଦିଲ୍ଲୀ :ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ସାମାଜିକ ଗଣମାଧ୍ୟମରେ ଖୁବ ସକ୍ରିୟ ଅଟନ୍ତି l ସେ ନିଜ ଟ୍ୱିଟର ଆକାଉଣ୍ଟରେ ଅଲଗା ଅଲଗା ମୁଦ୍ଦାକୁ ନେଇ ସର୍ବଦା ନିଜର ପ୍ରତିକ୍ରିୟା ରଖିଥାନ୍ତି ପୁଣି ସେ ଆଉଥରେ ନିଜର ପ୍ରତିକ୍ରିୟା ରଖି ଚର୍ଚାକୁ ଆସିଛନ୍ତି ,କାରଣ ସେ ନିଜର ମନର କଥାକୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ପହଞ୍ଚାଇ ଛନ୍ତି l
କଙ୍ଗନା ନିଜ ଟ୍ୱିଟରରେ ଲେଖିଛନ୍ତି “ମାନନୀୟ ପ୍ରଧାନମନ୍ତ୍ରୀ ,ଯେଉଁ ଭୁଲ ପୃଥିବୀ ରାଜ ଚୌହାନ କରିଥିଲେ ତାହା ଆପଣ କେବେବି କରିବେ ନାହିଁ ,ସେହି ଭୁଲଟିର ନାମ ଥିଲା କ୍ଷମା l ଟ୍ୱିଟର ଯେତେବି କ୍ଷମା ମାଗିଲେ କେବେବି କ୍ଷମା କରିବେ ନାହିଁ l ସେମାନେ ଭାରତରେ ଗୃହ ଯୁଦ୍ଧ କରିବାକୁ ଚାହୁଁଛନ୍ତି l ଏହା ପୂର୍ବରୁ କଙ୍ଗନା ଟ୍ୱିଟର ଛାଡି କୂ ଆପ ବ୍ୟବହାର କରିବା ବିଷୟରେ କହିଥିଲେ ମଧ୍ୟ l
ସାମାଜିକ ଗଣମାଧ୍ୟମ ରେ ନିଜର ପୋଷ୍ଟ ସହିତ କଙ୍ଗନା ଆଜିକାଲି ଆଗାମୀ ଚଳଚିତ୍ର ଧାଡକ କୁ ନେଇ ଚର୍ଚାରେ ଅଛନ୍ତି l କିନ୍ତୁ ବର୍ତମାନ ତାଙ୍କୁ ମଧ୍ୟପ୍ରଦେଶରେ ଧାଡ଼କ ର ସୁଟିଂ ବନ୍ଦ କରିବା ପାଇଁ ଧମକ ମିଳୁଛି lକାରଣ ସେ କୃଷକ ମାନଙ୍କ ଆନ୍ଦୋଳନକୁ ନେଇ ଟ୍ୱିଟ କରିଥିବା କାରଣରୁ ତାଙ୍କୁ ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ କ୍ଷମା ମାଗିବା ପାଇଁ କୁହାଯାଇଛି l ଯଦି ସେ କ୍ଷମା ନ ମାଗନ୍ତି ତେବେ ତାଙ୍କୁ ଚଳଚିତ୍ର ସୁଟିଂ ପାଇଁ ଅନୁମତି ମିଳିବ ନାହିଁ l
ଏହା ପ୍ରତିବଦଳରେ କଙ୍ଗନା ଲେଖିଥିଲେ “ମତେ ନେତ୍ରୀ ହେବାର କୌଣସି ଇଛା ନାହିଁ l କିନ୍ତୁ ମତେ ଲାଗୁଛି କଂଗ୍ରେସ ମତେ ନେତ୍ରୀ କରିକି ହିଁ ଶାନ୍ତିରେ ନିଶ୍ୱାସ ମାରିବ l “
Comments are closed.