Odisha news

ସଂକେତ ଆଇଟିସିରେ ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମ

0

ରଘୁନାଥପୁର ୩୦/୯ : ରଘୁନାଥପୁର ବ୍ଲକ ଅଧୀନସ୍ଥ ପୁରଣଓଡପଡା ସ୍ଥିତ ସଂକେତ ଆଟିସି ପରିସରରେ ଆଜି ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ଏକ ମେଘା ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଜଗତ୍ସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲୀକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଜଗତ୍ସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ବ୍ଲକ ଅଂଚଳର ଜନସାଧାରଣ ଓ ବିଜୁ ଜନତା ଦଳର କର୍ମି ମାନେ ଯୋଗଦେଇ ୧୫୪ ୟୁନିଟ ରକ୍ତ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶୀଷ ତ୍ରୀପାଠୀ ପରିଚାଳନା କରିଥିଲେ ।ଏଥିରେ ଜିଲ୍ଲା ପରିଷଦ ଜୋନ ୨ର ସଦସ୍ୟ ଡେଜାଲିନ ମହାପାତ୍ର,ବରିଷ୍ଠ ବିଜେଡି କର୍ମୀ ଗୌତମ ପାଲିତ,ଭାସ୍କର ପଟ୍ଟନାୟକ,ତାରପୁର ପଂଚାୟତ ସମିତି ସଭ୍ୟ ସରୋଜକାନ୍ତ ଦାସ,ଶିବରାମ ସାହୁ ପ୍ରମୁଖ ଶତାଧୀକ ବିଜେଡି କର୍ମି ଯୋଗ ଦେଇଥିଲେ ।

Leave A Reply