Odisha news

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ବଲିଉଡ ର ୬୦ ବର୍ଷର ସଂଗୀତ ହେଉଛି ଭାଇରଲ

0

ମିଡିଲ-ଇଷ୍ଟ ଯୁଦ୍ଧ କୁ ବର୍ତମାନ ଘନଘନ ଅପଡେଟ ଆସୁଛି, ସେହି ଯୁଦ୍ଧ  ଅପଡେଟ ମଧ୍ୟରେ ବଲିଉଡ ର ସଂଗୀତ ସମ୍ରାଟ ମହମ୍ମଦ ରଫି ଙ୍କ ସଂଗୀତ ମଧ୍ୟ ଧୁମ ଭାଇରଲ ହେଉଛି,   ମହମ୍ମଦ ରଫି ବଲିଉଡ ର ଏଭଳି ଜଣେ ସଙ୍ଗୀତଜ୍ଞ ଯାହାଙ୍କ ସଂଗୀତ ହିନ୍ଦୀ ଚଳଚିତ୍ର ଦୁନିଆରେ ବିଶେଷ ଛାପ ଛାଡ଼ିଛି l ୪୦ ରୁ ୮୦ ଦଶକ ମଧ୍ୟରେ ମହମ୍ମଦ ରଫି ଭାରତୀୟ ଚଳଚିତ୍ର ଦୁନିଆରେ ଯାଦୁ କରି ରଖିଥିଲେ l

ମହମ୍ମଦ ରଫି ନିଜ କ୍ୟାରିଅର ରେ ହିନ୍ଦୀ ଗୀତ ବ୍ୟତୀତ ୨ଟି ଇଂରାଜୀ ସଂଗୀତ ଗାଇଥିଲେ, ଯେଉଁଥିରୁ ଗୋଟିଏ ହେଉଛି ” ଅଲଦୋ ଉଇ ହେଲ ଫ୍ରମ ଡିଫରେଣ୍ଟ ଲ୍ୟାଣ୍ଡସ ” , ଯାହାକି ୧୯୬୬ ରେ ହିନ୍ଦୀ ସଂଗୀତ ‘ବାହାରୋଂ ଫୁଲ ବରସାଓ ‘ ସଂଗୀତ ର ମିୟୁଜିକ ରେ ପ୍ରସ୍ତୁତ ହୋଇଥିଲା, ଏବଂ ଅନ୍ୟଟି ସଂଗୀତ ଟି ” ଦି ସି ଆଇ ଲଭ ଇଜ ଏ ” ସଂଗୀତ ଯାହାକି ‘ହମ କାଲେ ହେତୋ କ୍ୟା ହୁଆ ଦିଲ ଵାଲେ ହେଁ ‘ ଧୁନ ରେ ପ୍ରସ୍ତୁତ ହୋଇଥିଲା

ପ୍ରଥମ ସଂଗୀତ ର ଅର୍ଥ ହେଉଛି ପୃଥିବୀ ଆମର, ନଦୀ ଆମର , ସୂର୍ଯ୍ୟ ଆମର ଏହି ଖୋଲା ଆକାଶ ମଧ୍ୟ ଆମର କିନ୍ତୁ ଆମେ ଅଲଗା ଅଲଗା ଦେଶର, ଯାହା ଆଜି ମଧ୍ୟ ଲୋକଙ୍କ ହୃଦୟ କୁ ସ୍ପର୍ଶ କରୁଛି l ଏବଂ ୟୁଟ୍ୟୁବ ରେ ଲୋକେ ଏହି ଗୀତ କୁ ସର୍ଚ୍ଚ କରି ସେୟାର କରୁଛନ୍ତି l ଯେତେବେଳେ ବିଶ୍ୱରେ ଶୀତଳ ଯୁଦ୍ଧ ଚାଲିଥିଲା ସେତେବେଳେ ଏହି ସଂଗୀତ କୁ ଲୋକେ ଖୁବ ଶୁଣୁଥିଲେ l

ଆଜି ଯେତେବେଳେ ଇରାନ ସହିତ ଅନ୍ୟ ଦେଶ ମାନଙ୍କର ଯୁଦ୍ଧ ଚାଲିଛି ସେତେବେଳେ ଏହି ଗୀତ ଶାନ୍ତିର ପ୍ରତୀକ ହୋଇ ଲୋକଙ୍କ ସାମ୍ନାକୁ ଆସିଛି l ଏବଂ ଇରାନ ମେଡିଆ ହେଉ କି ଆମେରିକା ମେଡିଆ ସବୁଠି ଏହି ଗୀତ ଟି ଖୁବ ଭାଇରଲ ହେଉଛି l

Govt
Leave A Reply