ବିଶ୍ବବିଜୟୀ ଦାଶ : ବିଶିଷ୍ଟ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିଦ୍, ଗାଳ୍ପିକ ଓ ଦାର୍ଶନିକ,ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ହେଉଛନ୍ତି ରବିନ୍ଦ୍ର ନାଥ ଟାଗୋର।ସେ ୧୮୬୧ ମସିହା ମଇ ୭ ତାରିଖ ରେ କଲିକତା ଠାରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ବାପାଙ୍କ ନାମ ଦେବେନ୍ଦ୍ରନାଥ ଟାଗୋର ଓ ମାତା ଙ୍କ ନାମ ଶାରଦା ଦେବୀ।
ରବିନ୍ଦ୍ର ନାଥ ଟାଗୋର ଛୋଟବେଳୁ ତାଙ୍କ ଚାକରମାନଙ୍କଦ୍ୱାରା ଲାଳନ ପାଳନ ହୋଇଥିଲେ; କାରଣ ଛୋଟବେଳୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କ ବାପା ଅଧିକାଂଶ ସମୟ ଦୂରକୁ ଯାତ୍ରା କରୁଥିଲେ ।ଟାଗୋର ପରିବାର ବଙ୍ଗଳାର ପୁର୍ନଜାଗରଣରେ ସବୁଠୁ ଆଗରେ ଥିଲେ।
ଟାଗୋର ବହୁତ ପରିମାଣରେ ବିଦ୍ୟାଳୟଠାରୁ, ଶିକ୍ଷାଠୁ ଦୂରରେ ରହୁଥିଲେ, ଓ ସେ ତାଙ୍କ ପରିବାର ସହ ବୋଲପୁର ଏବଂ ପାନୀହାତ ବୁଲିବା ପସନ୍ଦ କରୁଥିଲେ।ତାଙ୍କ ଭାଇ ହେମେନ୍ଦ୍ରନାଥ ଟାଗୋର ତାଙ୍କୁ ପଢ଼ାଉଥିଲେ ଓ ଶାରିରୀକ ଶିକ୍ଷା ଦେଉଥିଲେ: ଗଙ୍ଗାରେ ପହଁରିବା, ପାହାଡ଼ ଚଢ଼ିବା, ବ୍ୟାୟାମ ବିଦ୍ୟା, ଜୁଡ଼ୋ ଅଭ୍ୟାସ, ଓ କୁସ୍ତି/ ମଲ୍ଲଯୁଦ୍ଧ । ସେ ଚିତ୍ରକଳା, ବିଜ୍ଞାନ, ଇତିହାସ, ଭୂଗୋଳ, ଗଣିତ, ସାହିତ୍ୟ, ସଂସ୍କୃତ, ଓ ଇଂରାଜୀ ଇତ୍ୟାଦି ତାଙ୍କ ପସନ୍ଦର ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଗୋଟେ ଦିନ ପାଇଁ ପ୍ରେସିଡେନ୍ସି ମହାବିଦ୍ୟାଳୟ ଯାଇଥିଲେ । କିଛି ବର୍ଷ ପରେ ସେ କହିଥିଲେ ଯେ ଉଚିତ ଶିକ୍ଷା କିଛି ବ୍ୟାଖ୍ୟା ନକରି ଜିଜ୍ଞାସାକୁ ରୋକିଥାଏ ।
୧୮୭୩ ମସିହାରେ ଫେବୃଆରୀ ମାସରେ, ସେ ଯେତେବେଳେ ୧୧ବର୍ଷର ହୋଇଥିଲେ, ସେ ତାଙ୍କ ବାପାଙ୍କ ସହ ଭାରତ ପରିଦର୍ଶନ ଯାଇଥିଲେ । ସେ ଯାତ୍ରା ମାସ ମାସ ଧରି କରି ଥିଲେ । ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ,ତାହା ପଞ୍ଜାବର ଅମୃତସର ,ହିମାଳୟର ଡେଲହଉସି । ସେ ମଧ୍ୟ ଶାନ୍ତିନିକେତନ ତାଙ୍କ ବାପାଙ୍କ ସହ ଯାଇଥିଲେ । ସେଠାରେ ସେ ଆତ୍ମଜୀବନି ପଢି ଥିଲେ ଏବଂ ଇତିହାସ, ସଂସ୍କୃତ, ଆଧୁନିକ ବିଜ୍ଞାନ, ଓ ଜ୍ୟୋତିଷ ଶାସ୍ତ୍ର ର ଅଧ୍ୟୟନ କରିଥିଲେ । ସେ ମଧ୍ୟ କାଳୀଦାସ ଙ୍କ ବିଷୟରେ ପଢ଼ୁଥିଲେ । ସେ ମୈଥିଳି ଭାଷାରେ ସବୁଠୁ ଲମ୍ବା କବିତା ଲେଖି ଥିଲେ । ମିଥିଳାରେ ଲୋକମାନଂକର କଥିତ ଭାଷା ହଉଚି ମିଥିଲି । ଟାଗୋର ମିଥିଲି ଭାଷାରେ କବିତା ବିଦ୍ୟପତିଙ୍କ ପରି ଲେଖୁଥିଲେ, ବିଦ୍ୟାପତି ହେଉଛନ୍ତି ମିଥିଲି ଭାଷାର ଜଣେ ଖ୍ୟାତନାମ କବି ।
ସେ ଗଳ୍ପ, କବିତା, ନାଟକ, ଉପନ୍ୟାସ ଆଦି ଲେଖା ଲେଖିରେ ମନ ଦେଇଥିଲେ । ଟାଗୋର ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ଟି କ୍ଷୁଦ୍ରଗଳ୍ପ, ଓ ୧୯୧୫ଟି ସଙ୍ଗୀତ ପ୍ରକାଶିତ ହୋଇଛି । ଏଥିମଧ୍ୟରୁ ଅନେକ ରଚନା ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି । ୧୯୧୩ରେ ତାଙ୍କ ରଚିତ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରେଜ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ଭାରତର ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଓ ବାଂଲାଦେଶର ଜାତୀୟ ସଙ୍ଗୀତ ‘ଆମର ସୋନାର ବାଙ୍ଗଲା’ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ । ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରିତ ହୋଇଥିଲା।
ଶିକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ ରବିନ୍ଦ୍ରନାଥ ଟାଗୋର । ଉପଯୁକ୍ତ ଶିକ୍ଷା ବିନା ଯେ, କିଛି ସମ୍ଭବ ନୁହେଁ ବୋଲି ସେ କହୁଥିଲେ । ଯେଉଁକାରଣରୁ ହିଁ ସେତେବେଳେ ଭାରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ପଞ୍ଜୁରୀ ଭିତରେ ବନ୍ଦୀ ଶୁଆକୁ ତାଲିମ ସହ ସେ ତୁଳନା କରିଥିଲେ । ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବାପାଇଁ ସେ ଶାନ୍ତିନିକେତନରେ ‘ବିଶ୍ୱ ଭାରତୀ’ ସ୍ଥପାନା କରିଥିଲେ । ଭାରତୀୟମାନଙ୍କୁ ବ୍ରିଟିଶମାନଙ୍କ ବିରୋଧରେ ଜାଗୃତ କରିବାକୁ ସେ ଲେଖିଥିଲେ ‘ଚିତ୍ତୋ ଜେଠା ଭୟଶୂନ୍ୟ’ ଅର୍ଥାତ ମନ ଯେଉଁଠାରେ ଭୟମୁକ୍ତ । ସେହିପରି ଏକଲା ଚଲୋରେ ଅର୍ଥାତ ଯଦି ତୁମ ଡାକର କୌଣସି ଉତ୍ତର ମିଳୁନି ତେବେ ଏକା ଆଗେଇ ଚାଲ ।
ଏହି କବିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ବିଶ୍ୱର ଯେଉଁ କେତେ ଜଣଙ୍କ ବ୍ୟକ୍ତିତ୍ୱର କୌଣସି ପରିଚୟ ଦରକାର ପଡ଼େନି ସେମାନଙ୍କ ମଧ୍ୟରେ ଅନ୍ୟତମ ରବିନ୍ଦ୍ରନାଥ ଟାଗୋର । କେବଳ ଭାରତରେ ନୁହେଁ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜ୍ଞାପନ କରେ । ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ରବିନ୍ଦ୍ରନାଥ ତାଙ୍କ ଛାପ ଛାଡ଼ିନାହାନ୍ତି । ଏହି ମହାନ ଆତ୍ମାଙ୍କର ୧୯୪୧ ମସିହା ଅଗଷ୍ଟ ମାସ ୭ ତାରିଖରେ ପରଲୋକ ଘଟିଥିଲା । ସେ ଛାଡ଼ିଯାଇଥିବା ତାଙ୍କ ପ୍ରତିଟି ଲେଖା ଆଜି ବି ଲୋକଙ୍କୁ ପ୍ରେରଣା ଯୋଗାଏ । ଆଜି ବିଶ୍ୱକବିଙ୍କ ଜନ୍ମତିଥିରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଓ ଭୂମିଷ୍ଠ ପ୍ରଣାମ।
Comments are closed.