ନୂଆଦିଲ୍ଲୀ : ରୁଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୭୦ ବର୍ଷ ବୟସ ରେ ଆଉ ଥରେ ପିତା ହେବାକୁ ଯାଉଛନ୍ତି l ପୁତିନ ଙ୍କ ୩୮ ବର୍ଷୀୟ ସିକ୍ରେଟ ଗାର୍ଲ ଫ୍ରେନ୍ଡ ଆଉଥରେ ଗର୍ଭବତୀ ଅଛନ୍ତି l ପୁତିନ ଚଳିତ ବର୍ଷ ଅକ୍ଟୋବର ରେ ୭୦ ବର୍ଷର ହେବାକୁ ଯାଉଛନ୍ତି ଓ ପୂର୍ବ ଅଲମ୍ପିକ ଜିମ୍ନାଷ୍ଟ ଅଲିନା ଙ୍କ ନିକଟରୁ ପୂର୍ବରୁ ୨ଟି ସନ୍ତାନର ଜନକ ହୋଇ ସାରିଛନ୍ତି l ପୁତିନ ଆଉସନ୍ତାନ ଚାହୁଁ ନଥିବା ସମୟରେ ଏହି ଖବର ତାଙ୍କୁ ଚିନ୍ତାରେ ପକାଇଛି l
ରୁଷ ମିଡ଼ିଆ ପକ୍ଷରୁ ଏହି ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ପୁତିନ ଲାଲ ଚୌକ ରେ ଭିକଟ୍ରୀ ଡେ ପରେଡ ପାଇଁ ପ୍ରସ୍ତୁତି ଚାଲିଥିଲା l ପୁତିନ ନିଜ ପୂର୍ବ ପତ୍ନୀଙ୍କ ନିକଟରୁ ବିବାହ ବିଛେଦ ନେଇ ସାରିଛନ୍ତି l ପୁତିନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କର ପୂର୍ବରୁ ୨ଟି ପୁତ୍ର ସନ୍ତାନ ଅଛନ୍ତି l ଅଲିନା ପେସାରେ ଜିମ୍ନାଷ୍ଟ ହୋଇଥିଲେ ମଧ୍ୟ ରୁଷ ରାଜନୀତି ଓ ଗଣମାଧ୍ୟମ ସହିତ ତାଙ୍କର ଅଧିକ ଘନିଷ୍ଠତା ରହିଛି l
ଅଲିନା ଙ୍କୁ ସାର୍ବଜନିକ ସ୍ଥାନରେ ଖୁବ କମ୍ ଦେଖା ଯାଇଥାଏ l ଗଣମାଧ୍ୟମ ସୂଚନା ଅନୁସାରେ ପୁତିନଙ୍କ ଅନିଚ୍ଛା ସତ୍ୱେ ଏହି ସନ୍ତାନ ଗର୍ଭସ୍ଥ ହୋଇଥିବା କାରଣରୁ ପୁତିନଙ୍କ ଚିନ୍ତା ବଢି ଯାଇଛି l