Odisha news

ପୁରୀ : ବିଧିରକ୍ଷା ଲାଗି ସମ୍ପନ୍ନ ହେଲା ଯମୁନା ଗାଧୁଆ ଉତ୍ସବ

0

ପୁରୀ :କୋଭିଡ଼ କଟକଣା ଯୋଗୁଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କେବଳ ବିଧି ରକ୍ଷା ପାଇଁ ଯମୁନା ଗାଧୁଆ ଉତ୍ସବ ସମ୍ପନ୍ନ ହୋଇଛି । ଆଜି ନନେ୍ଦାସôବ ଓ ବୈଷ୍ଣବ ସମ୍ମତ ଶ୍ରୀହରି ଜନ୍ମ ପାଳିତ ହୋଇଥିଲା । ମଠବାଡ଼ିମାନଙ୍କରେ ଶ୍ରୀକୃଷ୍ଣ ଜନ୍ମବିଧି ସମ୍ପନ୍ନ ହେବା ସହ ପାରମ୍ପରିକ ଯମୁନା ଗାଧୁଆ ଉସôବ ଅନୁଷ୍ଠିତ ହୋଇଥିଲା ।

କୋଭିଡ଼ କଟକଣା ଯୋଗୁଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଏହା ସମ୍ପନ୍ନ ହୋଇଥିଲା । ଚଳିତ ବର୍ଷ ଜାଗା ଆଖଡ଼ା ପକ୍ଷରୁ କୌଣସି ମେଳ ବାହାରିନଥିଲା । କେବଳ ଆଖପାଖ ଅଞ୍ଚଳର ଭକ୍ତମାନେ ଯମୁନା ନଦୀ ରୂପେ କଳ୍ପିତ ମଙ୍ଗଳା ନଦୀକୁ ଯାଇସ୍ନାନ କରିଥିଲେ । ଯମୁନା ଗାଧୁଆରେ ନଥିଲା କୋଳାହଳ କି ଆଡ଼ମ୍ବର । କୋଭିଡ଼ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ବ୍ୟକ୍ତି ମଙ୍ଗଳାଘାଟ ସଂଲଗ୍ନ ଯମୁନା ନଦୀକୁ ଯାଇ ସ୍ନାନ କରିଥିଲେ ।

Leave A Reply