Odisha news

ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ

0

ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟର ୩  ,ରାଜ୍ୟ ବାହାରର ୨୫ , ନେପାଳ ଓ ବାଂଲାଦେଶର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଭାବର ଆଦାନ ,ପ୍ରଦାନ ସହ ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତି ପ୍ରକାଶ ସହ ଚିତ୍ରକଳାକୁ ଡିଜିଟାଇଜେଶନ ପ୍ରକ୍ରିୟା ସହ ଯୋଡିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ସନ୍ଧ୍ୟା ସମୟରେ କଳାକାର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅତିଥି ଭାବେ ପୁରୀ ଏସ୍ପି ପିନାକ ମିଶ୍ର , ଡ଼ ସୁମନ୍ତ ମିଶ୍ର ସ୍ଥପତି, ଏନ ଗଙ୍ଗାଧର ରେଡି ଫିଲ୍ମ ପ୍ରଯୋଜକ, ଦୀପା ମିଶ୍ର ଅଭିନେତ୍ରୀ, ପ୍ରଦୀପ କୁମାର ଅଭିନେତା, ବରିଷ୍ଠ ସେବାୟତ ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବିମ୍ବ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ରଞ୍ଜନ କୁର୍ମି ।ଜନ୍ମରୁ ତାଙ୍କ ଦୁଇ ହାତ ଅକର୍ମଣ୍ୟ। କିନ୍ତୁ ଅଦମ୍ୟ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା ଯେ ସବୁ କିଛି ସମ୍ଭବ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି ।ଦୁଇ ହାତ ଅଚଳ ହୋଇଥିଲେ ମଧ୍ୟ ନିଜ ଦୁଇ ଗୋଡ଼ରେ ରଙ୍ଗ ,ତୂଳୀ ଦ୍ଵାରା ସେ ଜୀବନ୍ତ ଚିତ୍ରକଳା ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।ପ୍ରତିବିମ୍ବ  ଉଦ୍ଘାଟନୀ ଉତ୍ସବରେ ସେ ନିଜ ଦୁଇ ଗୋଡ ସାହାଯ୍ୟରେ ସୁନ୍ଦର କଳାକୃତି ଆଙ୍କିଥିଲେ।ଦେଶ

Leave A Reply