ପୁରୀ: ରବିବାର ଅପରାହ୍ନରେ ପୁରୀ ପୋଲିସ ପକ୍ଷରୁ ବାଲି ସାହିରେ ସ୍ଥାନୀୟ ସାହି ବାସିନ୍ଦାଙ୍କୁ ନେଇ ଏକ ସାହି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ଥିଲା।
ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ବୈଠକରେ ସଭାପତିତ୍ବ କରି ଥିବା ବେଳେ ସିଟି ଡିଏସପି ଜନାର୍ଦନ ପାଢି, ଟ୍ରାଫିକ ଥାନା ଇନ୍ସପେକ୍ଟର ସମରେନ୍ଦ୍ର ପାଇକ ରାଏ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗ ଦେଇ ସେମାନଙ୍କର ସମସ୍ୟା ସମ୍ପର୍କରେ କହି ଥିଲେ।
