Odisha news

ଶ୍ରୀ ମନ୍ଦିର ରୋଷ ଘର ଚୂଳା ଭଙ୍ଗା ଘଟଣାର ଅଭିଯୁକ୍ତ ଗିରଫ

0

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୂଲା ଭଙ୍ଗା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଖୋର୍ଦ୍ଧା ଜିଲ୍ଲାରୁ ଗିରଫ ହୋଇଛି ଅଭିଯୁକ୍ତ। ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ବାସେଲି ସାହି ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୁରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଆଜି ଅଭିଯୁକ୍ତର ଘର ଖୋର୍ଦ୍ଧା ଜିଲ୍ଲାରେ ଚଢ଼ାଉ କରି ତାକୁ ଗିରଫ କରିଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ଅଭିଯୁକ୍ତର ପରିଚୟ ଗୋପନ ରଖିଛି ପୋଲିସ। ଅଭିଯୁକ୍ତକୁ ଏକ ଗୋପନ ସ୍ଥାନରେ ରଖି ଚୁଲି ଭଙ୍ଗା ଘଟଣାର ପଚରା ଉଚୁରା କରୁଛି ପୋଲିସ। ଏହି ଘଟଣାରେ ଆଉ କିଏ କିଏ ସଂଶ୍ଳିଷ୍ଟ ଅଛନ୍ତି ସେ ବିଷୟରେ ପୋଲିସ ଅଭିଯୁକ୍ତ ଠାରୁ ତଥ୍ୟ ଆଦାୟ କରୁଛି। ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂହ।

Ad2
Leave A Reply