Odisha news

ଡାକ୍ତରୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଏସପି।

0
ପୁରୀ:  ରବିବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲା ଏସପି ଡକ୍ଟର କନ୍ ୱାର ବିଶାଳ ସିଂହ ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜରେ  ଏମ୍ବିବିଏସରେ ନାମ ଲେଖାଇ ଥିବା ଜଣେ ଯୁବ ଡ଼ାକ୍ତରୀ ଛାତ୍ରଙ୍କୁ ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ଛାତ୍ର ଜଣକ ପରିଚୟ ହେଲା ସମ୍ବିତ ନାୟକ । ସେ ଏମବିବିଏସ ବିଭାଗରେ ଆଡ଼ମିଶନ ନିମନ୍ତେ ଏଣ୍ଟ୍ରାନ୍ସ ଦେଇ ଥିଲେ। ଏଣ୍ଟ୍ରାନ୍ସରେ ସେ ସଫଳତାର ସହିତ ଯୋଗ୍ୟ ବିବେଚିତ ହୋଇ ଥିଲେ। ତାଙ୍କ ମାଆ ବୀଣା ପାଣି ନାୟକ  ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ରୂପେ କାର୍ଯ୍ୟ କରୁଛନ୍ତି। ଏସପି ଡକ୍ଟର ସିଂହ ସମ୍ବିତ ଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି
Leave A Reply