Odisha news

ବଡ ଖବର : ପୁଣି ଶ୍ରୀମନ୍ଦିରରେ ଯୌନ ନିର୍ଯାତନା! ସେବାୟତ ଅନ୍ୟ ଜଣେ ବରିଷ୍ଠ ସେବାୟତଙ୍କ ନାମରେ ଆଣିଲେ ସାଂଘାତିକ ଅଭିଯୋଗ

0

ପୁରୀ : ପୁଣି ଶ୍ରୀମନ୍ଦିରରେ ଯୌନ ନିର୍ଯାତନା! ସେ ପୁଣି ଜଣେ ନାବାଳକଙ୍କୁ। ଅନ୍ୟ କେହି ନୁହେଁ ଜନୈକ ସେବାୟତ ଅନ୍ୟ ଜଣେ ବରିଷ୍ଠ ସେବାୟତଙ୍କ ନାମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ ଜଣକ ଏଭଳି ଯୌନ ନିର୍ଯାତନା ଦେଇ ଆସୁଥିବା ସେବାୟତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି।

ଜଣେ ସେବାୟତ ଅଭିଯୋଗ କରିଛନ୍ତି, ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡ ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପ୍ରତିବାଦ କରିବାରୁ ଧମକ ଦେଇଥିଲେ। ତୁ ମୋ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ବୋଲି ଧମକାଇଥିଲେ। ଭୟଭୀତ ହୋଇ ପୁଅ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲେ।

ପୁଅ କାନ୍ଦି କାନ୍ଦି ପଳାଇ ଆସିଥିଲା। ଏହି ସମୟରେ ଲକ୍ଷ୍ମୀନାରାୟଣ କାହାରିକୁ କହିଲେ ଶ୍ରୀମନ୍ଦିରରେ ପଶି ପାରିବୁନି, ମାଡ଼ ମାରିବି ବୋଲି ପୁଅକୁ ଧମକ ଦେଇଥିଲେ। ତାଙ୍କ କଥା ମାନିବାକୁ ବାଧ୍ୟ କରିଥିଲେ। ସେହିଦିନଠାରୁ ପୁଅ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛି। ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ସେ ନ୍ୟାୟ ଦାବି କରିଛନ୍ତି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡ଼ିଛନ୍ତି। ତଦନ୍ତରେ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି। ପୁଲିସ ବି ଚାହିଁଲେ ପୁଅର ବୟାନ ରେକର୍ଡ କରିପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ବିଳମ୍ବିତ ରାତିରେ ଅଭିଯୋଗ ହୋଇଥିବାରୁ ତଦନ୍ତ କରିବା ସମ୍ଭବ ହୋଇନି। ଆସନ୍ତାକାଲି ସକାଳେ ଅଭିଯୋଗର ତଦନ୍ତ ହେବ। ମୁଁ ଓ ଅନ୍ୟ ଅଧିକାରୀମାନେ ଶ୍ରୀମନ୍ଦିର ଯାଇ ତଦନ୍ତ କରିବୁ। ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ମାସେ ତଳେ ବି ଜଣେ ନାବାଳିକାଙ୍କୁ ଶ୍ରୀମନ୍ଦିର ଭିତରେ ଅସଦାଚରଣ ଅଭିଯୋଗ ହୋଇଥିଲା।

Leave A Reply