Odisha news

୨୦ଲକ୍ଷର ବ୍ରାଉନ ସୁଗାର ଜବତ ,୨ଗିରଫ

ପୁରୀ,୨୬ା୭ :ଖୋର୍ଦ୍ଧରୁ ବାଇକ୍ ଯୋଗେ ବ୍ରାଉନ୍ ସୁଗାର ଆଣି ଗୋପ -କୋଣାର୍କ ଅଞ୍ଚଳର ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଦୁଇଜଣ ବ୍ରାଉନ୍ ସୁଗାର ବେପାରୀଙ୍କୁ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍ୱାର୍ଡ଼ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟହେଲେ କୋଣାର୍କ ଥାନା ଅନ୍ତର୍ଗତ ମହଲପଡ଼ାର ଅମରେଶ ଦାସ(୩୨) ଓ ଗୋପଥାନା ଅର୍ନ୍ତଗତ ବୟାଳିଶିବାଟିର ତ୍ରିନାଥ ଭୋଇ (୨୦) । ଅଭିଯୁକ୍ତଦ୍ୱୟଙ୍କ ନିକଟରୁ ୨୦୦ ଗ୍ରାମ ବ୍ରାଉନ୍ ସୁଗାର ଓ ଏହି ଚୋରା କାରବାରରେ ବ୍ୟବହୃତ ଓଡ଼ି୦୨ବିଏଲ୍ ୨୪୨୩ ନମ୍ବର ବିଶିଷ୍ଟ ଏକ ବଜାଜ୍ ସ୍କୁଟି ଜବତ କରାଯାଇଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ଅବକରୀ ବିଭାଗ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧାରୁ କୋଣାର୍କ ଅଞ୍ଚଳକୁ ବ୍ରାଉନ୍ ସୁଗାର ଅସୁଥିବା ନିର୍ଭରଯୋଗ୍ୟସୂତ୍ରରୁ ସୂଚନା ପାଇ ଅବକାରୀ ମୋବାଇଲ ସ୍ୱାଡ଼ ଏସ୍ଆଇ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଏଏସ୍ଆଇ ଜାଗିନି ରାଓ,ସୁବାସ ଚନ୍ଦ୍ର ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ନାୟକ ଓ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଗୋପ ବଜାରରେ ପୂର୍ବରୁ ଛକି ରହିଥିଲେ ।

ସକାଳ ପ୍ରାୟ ୬ଟାବେଳେ ବଜାଜ୍ ସ୍କୁଟିଯୋଗେ ଅମରେଶ ଓ ତ୍ରିନାଥ କୋଣାର୍କ ଅଭିମୁଖେ ଯାଉଥିବା ସମୟରେ ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବକାରୀ ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଜ କରିବାରୁ ସେମାନଙ୍କ ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ବ୍ରାଉନ ସୁଗାର ଜବତ ହେବା ପରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନ୍ଡ଼ିପିଏସ୍ ଆକ୍ଟର ୭୭/୨୧ରେ ମାମଲା ରୁଜୁ କରି ସେମାନଙ୍କୁ ନିମାପଡ଼ା ଏସ୍ଡ଼ିଜେମ୍ କୋର୍ଟକୁ ଚାଲାଣ କରାଯାଇଥିଲା । ତେବେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ୟିବାକୁ ପଡ଼ିଛି । ସୂଚନାଯୋଗ୍ୟଯେ,ଗତ ଜୁନ୍ ମାସରେ ଅବକାରୀ ବିଭାଗର ମୋବାଇଲ ସ୍ୱାର୍ଡ କୁଶୁପୁର ବଜାରରେ ଚଢାଉ କରି ୩ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲେ । ଆଜିର ଏହି ଚଢାଉ ପରେ ଗୋପ -କୋଣାର୍କ ଅଞ୍ଚଳ ଏବେ ଧଳା ଜହର ବେପାରୀଙ୍କ ଭୂସ୍ୱର୍ଗ ପାଲଟିଥିବା ସ୍ପଷ୍ଟ ହୋଇଛି ।

Ad2

Comments are closed.