Odisha news

ସୌମ୍ୟଙ୍କୁ ନ୍ୟାୟ ଦାବିରେ ନିରବ ଶୋଭାଯାତ୍ରା

ଖଇରା-୨୬/୦୭ : ପାରଳାଖେମୁଣ୍ଡି ଏସିଏଫ ସୌøମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଆୟୁଷ୍ମାନ ଫାଇଣ୍ଡେସନ ପକ୍ଷରୁ ସୋମବାର ଖଇରା ବଜାରରେ ନିରବ ଶୋଭାଯାତ୍ରା ପ୍ରଦର୍ଶନ କରାଯିବା ସହ ଖଇରା ଥାନା ଆଇଆଇସିଙ୍କ ଜରିଆରେ ଏକ ଦାବିପତ୍ର ଗଜପତି ଏସପିଙ୍କୁ ପ୍ରଦାନ କରାଯାଇଛି । ପ୍ରଥମେ ସଂଗଠନର ଶତାଧିକ ସଦସ୍ୟଙ୍କର ଏକ ନୀରବ ଶୋଭାଯାତ୍ରା ଖଇରା ବ୍ଲକ ଛକରୁ ବାହାରି ଖଇରା ବଜାର ପରିକ୍ରମା କରି ଖଇରା ଥାନା ନିକଟରେ ପହଞ୍ଚିଥିଲା ।

ସୌମ୍ୟ ଖଇରାର ଗର୍ବ ଗୌରବ ହୋଇଥିବା ବେଳେ ତାଙ୍କ ମୃତୁ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି । ୧୪ଦିନ ବିତିଯାଇଥିଲେ ହେଁ ତାଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିନାହିଁ । ଆୟୁଷ୍ମାନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ସଭ୍ୟ ଗିତିରଞ୍ଜନ ବେହେରା,ଲକ୍ଷ୍ମୀଧର ବାରିକ,ହେମନ୍ତ ଦାସ,ପ୍ରଦୀପ କୁମାର ଦାସ,ଅଜୟ ଜେନା ଶଶିକାନ୍ତ ରାଉତ,ରୀନା ଜେନା,ସୁଭଦ୍ରା ବିଶ୍ୱାଳ,ତପନ ମହନ୍ତ ପ୍ରମୁଖ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ

Ad2

Comments are closed.