ସାଉଥବଲଣ୍ଡା : ମହାମାରୀ କୋରୋନାର ପାର୍ଦୁଭାବରେ ସମଗ୍ର ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଓଡିଶାର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁଣ୍ୟ ଉକôଳ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅସହାୟ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହି କ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପରିଚାଳିତ ପୁଣ୍ୟ ଉକôଳ ଫାଉଣ୍ଡେସନ,ଅନୁଗୋଳ ଶାଖା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ଅନୁଷ୍ଠାନର ଉପଦେଷ୍ଟା ସୁମନ୍ତ କୁମାର ନନ୍ଦଙ୍କ ତତ୍ୱବଧାନରେ ସଦସ୍ୟମାନେ ତାଳଚେର କୁଷ୍ଠ ଆଶ୍ରମରେ ଥିବା ଚାଳିଶଟି ପରିବାର ଓ ହାଣ୍ଡିଧୂଆ ହାଇସ୍କୁଲ ନିକଟରେ ଛତିଶଗଡରୁ ଆସି ରହିଥିବା ଅଠରଟି ପରିବାରକୁ ଚାଉଳ, ଡାଲି,ଆଳୁ,ସୋରିଷ ତେଲ,ଲୁଣ,ପିଆଜ,ବାଇଗଣ ଓ ସାବୁନ ବଣ୍ଟନ କରାଯାଇଥିଲା ।
ଏହି ଅବସରରେ ସମସ୍ତ ପରିବାରକୁ କୋରୋନା ସମ୍ପର୍କରେ ସଚେତନତା କରାଯିବା ସହ ସ୍ୱଚ୍ଛତା,ସାମାଜିକ ଦୂରତା ବଜାୟ ରଖିବା ସହ ସଙ୍ଗରୋଧ ହୋଇ ଘରେ ରହିବାକୁ ସଚେତନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଗୋଲାପ ନନ୍ଦ, ସହ ସମ୍ପାଦିକା ଅନୁପମା ପ୍ରଧାନ,ଅମର ନାୟକ,ରାଜେଶ ସାହୁ,ନିରଞ୍ଜନ ପ୍ରଧାନ, ବିନେ୍ଧଶ୍ୱର ସାହୁ, ଉଦୟନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।